ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଯାହାକୁ ନେଇ ତାଙ୍କର ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି । ତାଙ୍କର ଏକ ଫଟୋ ଏବେ ସୋସିଆଲ ମଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ସେ ହସ୍ପିଟାଲର ବେଡରେ ଶୋଇଥିବା ନଜର ଆସୁଛନ୍ତି । ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଏବେ ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି । ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥାର ଅପଡେଟ ଆସିବା ପରେ ତାଙ୍କର ଫ୍ୟାନ୍ସମାନେ ଆଶ୍ବସ୍ତ ଅନୁଭବ କରିଛନ୍ତି । ସେ ତୁରନ୍ତ ଭଲ ହୋଇଯାଆନ୍ତୁ ବୋଲି ଫ୍ୟାନ୍ସମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେ କହିଛନ୍ତି କି, ମିଥୁନଙ୍କ କିଡନୀରେ ଷ୍ଟୋନ ସମସ୍ୟା ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାଇରାଲ ଫଟୋ ହସ୍ପିଟାଲର ଅଟେ । ମାତ୍ର ଏବେ ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଥିବା ସହ ତାଙ୍କୁ ବେଙ୍ଗାଲୁର ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଛି । ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ଆଣ୍ଡ୍ ଫାଇନ୍ ଅଛନ୍ତି ।

Related posts

ଓଟିଟିରେ ଏଣ୍ଟ୍ରି କଲେ ଭାଇଜାନ 

mahabharatanews

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

mahabharatanews

 ୨୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’

mahabharatanews