ଓଡିଶା

ଫନିର ୭ ମାସ ପରେ ମଧ୍ୟ ସହୟତା ଅପେକ୍ଷାରେ ହିତାଧିକାରୀ

(ମହାଭାରତ/ଜଳେଶ୍ୱର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବନ୍ୟା, ବାତ୍ୟା ଭଲି ପ୍ରାକୃତିକ ଦୁର୍ବିପାକଜନିତ କ୍ଷୟକ୍ଷତି ପାଇଁ ତତ୍କ୍ଷଣାତ୍ କ୍ଷତିପୂରଣ ଦେଉଛନ୍ତି । କ୍ଷତିଗ୍ରସ୍ତଙ୍କୁ ପଲିଥିନ, ଘରଭଙ୍ଗା ସହାୟତା ସହିତ ସେମାନଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରାଯାଇଛି । କିନ୍ତୁ କିଛି ଦାଇତ୍ୱହୀନ ଅଫିସରଙ୍କ ଖାମ ଖିଅ ।ଲି ମନୋଭାବ ପାଇଁ ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନା ଦିଗହରା ହେବା ସହିତ, ଯୋଗ୍ୟ ହିତାଧିକାରୀ ବଂଚିତ ହୋଇ ହନ୍ତସନ୍ତ ହେଉଛନ୍ତି । ଏହିପରି ଦିଗହରା ଯୋଜନା ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।
ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ, ଦାଣ୍ଡି ଅ ।ର ଅ ।ଇ ଅଧୀନ ସିଙ୍ଗଲା ପଂ·ୟତ ପଥଦୁର୍ଗା ଓ ସିଂଲା ଗ୍ରାମରେ ଜୟନ୍ତୀ ପ୍ରମାଣିକ, କାମିନୀ ନାୟକ, ଶକୁନ୍ତଳା ସାହୁଙ୍କ ପରି ଅନେକ ଅଛନ୍ତି, ଯେଉଁମାନଙ୍କର ସର୍ବସ୍ୱ ଫନି ବାତ୍ୟାରେ ନଷ୍ଟ ହୋଇ ଯାଇଛି । ଫନି ଯିବାର ୭ ମାସ ବିତିଗଲାଣି, କିନ୍ତୁ ଏମାନଙ୍କୁ ସହାୟତା ମିଳିପାରିଲା ନାହିଁ । ଫଳରେ ବହୁ ସମସ୍ୟା ମଧ୍ୟରେ ଏମାନେ ଦିନ ବିତାଉଛନ୍ତି । ଅନେକ ଦିନେ ଖାଇଲେ ଦିନେ ଉପାସରେ କାଳାତିପାତ କରୁଛନ୍ତି । ଶକୁନ୍ତଳା ଜଣେ ବିଧବା ମହିଳା । ଜୟନ୍ତୀ ଙ୍କ ସ୍ୱାମୀ ରୁଗ୍ଣ, କାମ ଦାମକୁ ପାରନ୍ତି ନାହିଁ । ଜୟନ୍ତୀ ଆ ତା ଘରେ ପାଇଟି କରି ଦୁଃଖ କଷ୍ଟରେ ଘର ଚଳାନ୍ତି । ସେହିପରି କାମିନୀଙ୍କ ଅବସ୍ଥା ଏକପରି । ·’ ପାନ ଦୋକାନ କରି ତେଲ ଲୁଣ ସଂସାର ଚଳେ । ଗତ ଫନି ବାତ୍ୟାରେ ତିନିଜଣଙ୍କ ·ଳ ଛପର ବାସ ଗୃହ ଭାଙ୍ଗି ଯାଇଥିଲା ।
ବାତ୍ୟା ସମୟରେ ସରକାରୀ ସହାୟତା କହିଲେ କେବଳ ଗୋଟିଏ ଲେଖାଏଁ ପଲିଥିନ ଓ ଘର ଭାଙ୍ଗା ସହାୟତା ପାଇଁ ମିଳିଥିଲା ପ୍ରତିଶୃତି, ଯାହା ଏଯାବତ୍ ପୂରଣ ହୋଇପାରି ନାହିଁ । ତେଣୁ ଅର୍ଥ ଅଭାବରୁ ଭଙ୍ଗା ଘରର ମରାମତି କରିବା ସେମାନଙ୍କ ପକ୍ଷରେ ସମ୍ଭବ ନ ଥିଲା । ଯାହା ଯେମିତି ସେହି ଭଙ୍ଗା ଛପର ବିହୀନ ଘରେ ଚଳୁଥିବା ବେଳେ ବାତ୍ୟା ବୁଲ ବୁଲ, ଲଗାଣ ବର୍ଷା ଓ ପବନରେ ଘରର କାନ୍ଥ ଭାଙ୍ଗିବା ସହିତ ସବୁ ମାଟିରେ ମିଶି ଗଲା । ସହାୟତା ପାଇଁ ଅ ।ର ଅ ।ଇ , ତହସିଲଦାର, ବିଡ଼ିଓଙ୍କୁ ଲିଖିତ ଅବଗତ କରାଯାଇଥିଲା । ଅନେକ ଥର ଦରଖାସ୍ତ ଦେଇ ସାହାଯ୍ୟ ପାଇଁ ନେହୁରା ହୋଇଥିଲେବି ଘର କି ଅ ।ର୍ଥିକ ସହାୟତା ମିଳିଲା ନାହିଁ । ଅ ।ଜି ପର୍ଯ୍ୟନ୍ତ ଖଣ୍ଡେ ପାଲ ବା ପଲିଥିନ ଟିଏ ମିଳି ପାରିନାହିଁ । ବରଂ ଅଧିକାରୀଙ୍କ ଠାରୁ ଅପମାନ, ଲାଞ୍ଛନା ଶୁଣିବାକୁ ମିଳିଛି ।
ତେବେ ଏନେଇ ଅଭିଯୋଗ କାରୀ ମାନେ ସରପଞ୍ଚ ଓ ଜିଲାପାଳଙ୍କ ଦୃଷ୍ଟି ଅ ।କର୍ଷଣ କରିଥିଲେ ବି
କୌଣସି ସୁଫଳ ମିଳିନାହିଁ । ସମସ୍ତ ଅଭିଯୋଗକାରୀ ଘର ପାଇବା ପାଇଁ ଯୋଗ୍ୟ, ତାଂକର ସିରିଏଲ ଅ ।ସିଲେ ସେମାନଙ୍କୁ ନିଶ୍ଚିତ ଘର ଯୋଗାଇ ଦିଅ ।ଯିବ । ତେବେ ପ୍ରଶାସନ ·ହିଁଲେ ତୁରନ୍ତ ଏହା ସମ୍ଭବ ହୋଇପାରିବ ବୋଲି ସିଂଲା ସରପଞ୍ଚ ମତ ରଖିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଅ ।ଜି ପର୍ଯ୍ୟନ୍ତ ତଦନ୍ତ ନହେବା ପରିତାପର ବିଷୟ ।

Related posts

କୋଭିଡ-୧୯ ଗାଇଡଲାଇନର ଉଲଙ୍ଘନ: ଜରିମାନା ଗଣିଲେ ଦୋକାନୀ

mahabharatanews

ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷିତ ରହିବ ତିନି ରଥ

mahabharatanews

ମଞ୍ଜୁର ହେଉଛି ଘର କିନ୍ତୁ ସମ୍ପୂର୍ଣ୍ଣ ହେଉନି କାମ

mahabharatanews