ନୂଆଦିଲ୍ଲୀ: ରଥ ଯାତ୍ରାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଏକାଧିକ ପୁନର୍ବିଚାର ଯାଚିକାର ଶୁଣାଣି କରିବାକୁ କୋର୍ଟ ରାଜି ହୋଇଛନ୍ତି । ଏହି ପ୍ରକ୍ରିୟାରେ କେନ୍ଦ୍ର ସରକାର ରାଜ୍ୟ ସରକାରକୁ ସମର୍ଥନ ଜଣାଇଛନ୍ତି ଓ ଆସନ୍ତା କାଲି ନିର୍ଦ୍ଦିଷ୍ଟ କଟକଣା ମଧ୍ୟରେ ରଥ ଯାତ୍ରା କରାଇବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ।
ଯୁକ୍ତି ଉପସ୍ଥାପନ ବେଳେ ବିଚାରପତି ଅରୁଣ ମିଶ୍ରାଙ୍କ କୋର୍ଟରେ କେନ୍ଦ୍ରର ଓକିଲ ତୁଷାର ମେହତା ଯୁକ୍ତି ଉପସ୍ଥାପନ କରିଛନ୍ତି କି ଯଦି ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥ ବାହାରକୁ ବାହାରି ପାରିବେ ନାହିଁ ତେବେ ପରମ୍ପରା ଅନୁଯାୟୀ ଆଗାମୀ ୧୨ ବର୍ଷ ପର୍ଯ୍ୟନ୍ତ ମନ୍ଦିରରୁ ବାହାରିବେ ନାହିଁ । ମେହତା ଆହୁରି କହିଛନ୍ତି, ଏହା କୋଟି କୋଟି ଲୋକଙ୍କ ବିଶ୍ୱାସ ସହ ଜଡିତ ବିଷୟ । କେନ୍ଦ୍ର ପକ୍ଷରୁ କୁହାଯାଇଛି, ରାଜ୍ୟସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରି ଏହାକୁ ସମ୍ପାଦନ କରିବାର ନିଶ୍ଚିତ କରନ୍ତୁ । ଏଥିସହ ମେହତା ଆହୁରି କୋର୍ଟଙ୍କୁ ଜଣାଇଛନ୍ତି କି ଏହି ବିଧି ବ୍ୟବସ୍ଥା ଶହଶହ ବର୍ଷ ଧରି ଚାଲି ଆସିଛି । ଏହା ବ୍ୟାହତ ହୋଇପାରିବ ନାହିଁ । ରଥ ତଥା ମନ୍ଦିର କାର୍ଯ୍ୟରେ କରୋନା ପରୀକ୍ଷା କରାଯାଇ ନେଗେଟିଭ ଥିବା ସେବାୟତ ନିୟୋଜିତ ଅଛନ୍ତି । ସେମାନଙ୍କ ଦ୍ୱାରା ରଥକାର୍ଯ୍ୟ କରାଯାଉ ।
ଏଥିନେଇ କୋର୍ଟ ମୁଖ୍ୟବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଆଜି ପରବର୍ତ୍ତୀ ଶୁଣାଣି କରିବେ ।
previous post
next post
