ଓଡିଶା

ବଢୁଛି ତାତି; ଅସ୍ତବ୍ୟସ୍ତ ଜନଜୀବନ  

(ଭୁବନେଶ୍ୱର) : ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି  । ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ପବନ ରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ପଶ୍ଚିମ ଏବଂ ଦକ୍ଷିଣରୁ ଉତ୍ତର ଓଡ଼ିଶା ସବୁଠି ଖରା ଅନୁଭୂତ ହୋଇଛି ।

ସୂଚନାନୁଯାୟୀ , ଏଥି ମଧ୍ୟରେ ମଙ୍ଗଳବାର ୭ଟି ସହରରେ ଦିନ ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସବୁଠୁ ଅଧିକ ତାପମାତ୍ରା ମାଲକାନଗିରିରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟକୁ ପଶ୍ଚିମା ଗରମ ବାୟୁ ପ୍ରବାହିତ ହେଉଛି । ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବାୟୁ ପ୍ରବାହ ଯୋଗୁଁ ସମୁଦ୍ର ମଧ୍ୟରୁ ପବନ ଆସୁନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । କେତେକ ଜିଲାରେ ଦିନ ତାପମାତ୍ରା ବଢିବା ଦ୍ବାରା ଅସମ୍ଭାଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି ।

Related posts

ଗଞ୍ଜାମରେ ସ୍ଥିତି ଅଣାୟତ୍ତ: ଘରଠୁ ଏକ କିମିରୁ ଅଧିକ ଦୂର ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର

mahabharatanews

ଯୁବତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

mahabharatanews