(ହିମାଚଳ) : ଉତ୍ତର ଭାରତରେ ମୌସୁମୀ ବର୍ଷାର ତାଣ୍ତବ । ପାହଡରୁ ସମତଳ ସବୁଠି ପାଣି ଆଉ କେବଳ ପାଣି । ହିମାଚଳ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ,ଆସାମ ସବୁଠି ପ୍ରାକୃତିକର କରାଳ କାୟ ରୂପ ଦେଖିବାକୁ ମିଳିଛି । ସେପଟେ ଲଗାଣ ବର୍ଷା ପାଇଁ ଆଉ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଥିବା ନେଇ ସୂଚନା ରହିଛି । ମନାଲି-ଲେହ ଜାତୀୟ ରାଜପଥ ଭୁଶୁଡି ବହୁ ଅଞ୍ଚଳ ଜଳମଗ୍ନ । ସେହିପରି କ୍ଷୟକ୍ଷତି ଆକଳନ ୪ ହଜାର କୋଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚମୋଲିର ଜୁମ୍ମା ଗାଁରେ ଗ୍ଲାସିୟର ଫାଟିବା ଯୋଗୁ ଭୟଙ୍କର ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ଦିଲ୍ଲୀରେ ଯମୁନା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ସୂଚନା ରହିଛି ।
