(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡରେ ଗୌରୀକୁଣ୍ଡରେ ପ୍ରବଳ ବର୍ଷା ।ଫଳରେ ସକାଳେ ଭୂସ୍ଖଳନ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ ଦିନରେ ଗୌରୀକୁଣ୍ଡରେ ଏହା ଦ୍ବିତୀୟ ଭୂସ୍ଖଳନ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି।
ସୂଚନାନୁଯାୟୀ , ଗତ ୪ ତାରିଖରେ ଗୌରୀକୁଣ୍ଡରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ନିଖୋଜ ହୋଇଯାଇଥିଲେ। ଏହି ଦୁର୍ଘଟଣା ସ୍ଥଳଠାରୁ ମାତ୍ର ଅଧ କିମି ଭିତରେ ଆଜିର ଭୂସ୍ଖଳନ ହୋଇଛି ଉତ୍ତରାଖଣ୍ଡରେ ୧୦୦୦ରୁ ଅଧିକ ଘର ଆଂଶିକ ଭାଙ୍ଗିଥିବା ବେଳେ ଶତାଧିକ ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ଆସନ୍ତା ସପ୍ତାହାନ୍ତ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆଲର୍ଟ ଜାରି କରିଛି। ଡେରାଡୁନ, ଉତ୍ତରକାଶୀ, ନୈନିତାଲ, ହରିଦ୍ବାର, ପୌଡ଼ି ଗଡ଼ୱାଲ, ରୁଦ୍ରପ୍ରୟାଗ ଏବଂ ତେହରି ପାଇଁ ଆଇଏମ୍ଡି ଅରେଞ୍ଜ ଆଲର୍ଟ ଜାରି କରିଛି।
