ଓଡିଶା

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହେବା ପାଇଁ ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ

(ଜୟନ୍ତ କୁମାର ସେଠୀ)ଗୋପ: ଶ୍ରୀମନ୍ଦିର ସୌନ୍ଦର୍ୟ୍ୟ କରଣ କାର୍ୟ୍ୟ ନେଇ ରାଜ୍ୟ ସରକାର ବ୍ୟାପକ କାର୍ୟ୍ୟକ୍ରମ ଗ୍ରହଣ କରିଛନ୍ତି। ଏହା ବିଶ୍ବହିନ୍ଦୁ ପରିଷଦ ସ୍ୱାଗତ କରିଥିଲେ ମଧ୍ୟ ବିକାଶ ନାମରେ ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନ ହୁଏ ସେ ନେଇ ୬ ଦଫା ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ। ସଂଗଠନ ପକ୍ଷରୁ ପୁରୀ ଜିଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଦିଆଯାଇଛି। ମୁଖ୍ୟତଃ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ସୁରକ୍ଷା, ଶ୍ରୀମନ୍ଦିର ନୀତି କାନ୍ତି ଠିକ ରେ ପାଳନ ହେବା , ମଠ ମନ୍ଦିର ଜାଗା ଆଖଡା ପରମ୍ପରା ସମେତ ପୁରୀ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା , ଶ୍ରୀଜୀଉଙ୍କ ଘୋଷ ଯାତ୍ରା ପରମ୍ପରା ଅନୁଯାୟୀ କରିବା ଏବଂ ଗରିବ ବର୍ଗ ଭକ୍ତ ଶ୍ରୀକ୍ଷେତ୍ର ରେ ସ୍ଵଳ୍ପ ଦାମ ରେ ରହିବା ପ୍ରମୁଖ ୬ ଦଫା ଦାବି ରଖିଛି ପୁରୀ ବିଶ୍ୱ ହିନ୍ଦୁ ପରିଷଦ।

Related posts

କଟକରୁ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରାତି ଅଧରେ ଧାରଣାରେ ଶତାଧିକ ଗ୍ରାମବାସୀ

mahabharatanews

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଗିରଫ

mahabharatanews