(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଂଜିଳି କାଟୁ ଥାନା ଅନ୍ତର୍ଗତ ସିଙ୍ଗିପୁରୁ ଗାଁ ରେ ବୁଦା ମୁଳରୁ ଦୁଇ ଭାଇଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉକ୍ତ ଦୁଇ ଭାଇ ହେଲେ ରମେଶ ମୁନି ଓ ମଗୁଳୁ ମୁନି । ସୂଚନା ମୁତାବକ ହିଂଜିଳି କାଟୁ ଥାନା ଅନ୍ତର୍ଗତ ସିଙ୍ଗିପୁରୁ ଗ୍ରାମର ଉକ୍ତ ଦୁଇ ଭାଇ ଗତ କାଲି ରାତ୍ର ୯ଟା ସମୟରେ ବିଲକୁ ପାଣି ମଡାଇଵା ପାଇଁ ଯାଇଥିଲେ । କାଲି ରାତିରୁ ଯାଇ ସକାଳ ଯାଏଁ ଘରକୁ ନ ଫେରିବାରୁ ପରିବାର ଲୋକେ ଵିଲକୁ ଯାଇ ଖୋଜା ଖୋଜି କରିଥିଲେ । ଏହା ପରେ ମଙ୍ଗୁଳୁ ମୁନିର ମୃତ ଦେହ ଏକ ବୁଦା ଭିତରୁ ମିଳିଥିଲା । ଏହା ପରେ ଘର ଲୋକ ହିଂଜିଳି ଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଅନ୍ୟ ଜାଗାରେ ଖୋଜା ଖୋଜି କରିଥିଲା । ଏହା ପରେ ରମେଶ ମୁନିଙ୍କ ମୃତ ଦେହ ଆଉ ଗୋଟିଏ ବୁଦା ମୁଳରେ ପଡିଥିବା ଦେଖିବାକୁ ପାଇଥିଲେ । ତାପରେ ଦୁଇ ଭାଇଙ୍କ ମୃତ ଦେହକୁ ପୋଲିସ୍ ଉଦ୍ଧାର କରିଥିଲା । ତେବେ ବାରହା ମାରିବା ପାଇଁ ବିଛା ଯାଇଥିବା ତାର ରେ ଲାଗି ମରିଥିବାର ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହା ପରେ ବିଲରେ ବିଛାଇଥିବା ତାର ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏଥିସହ ତଦନ୍ତ ଜାରି ରଖିଛି ।
previous post
