ଓଡିଶା

ହିଞ୍ଜିଳି ଭାରପ୍ରାପ୍ତ ଥାନାଅଧିକାରୀ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହର ପରିଦର୍ଶର

(ରଜନିକାନ୍ତ ପାତ୍ର, ହିଞ୍ଜିଳିକାଟୁ): କୋଭିଡ -୧୯କୁ ନେଇ ସାରା ଭାରତରେ ଲକ ଡାଉନ ପରିସ୍ଥିତି ଜାରି ରହିଛି । ଲକ ଡାଉନ ସମୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ସ୍ଥାନୀୟ ପ୍ରଶାସନ ପର୍ୟ୍ୟନ୍ତ ସଚେତନତା ସହ ବିଭିନ୍ନ କଟକଣା ଲାଗୁ କରାଯାଇଛି । ସଂକ୍ରମଣ ନ ବ୍ୟାପିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ସାମାଜିକ ଦୂରତା । ଏହା ସହ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାକୁ ରୋକିବା କରିବା ପାଇଁ ଗ୍ରାମାଂଚଳରେ ପୋଲିସ୍ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ସମସ୍ତ ପଦାଧିକାରୀ ମାନେ ଲୋକଙ୍କୁ ସଚେତନ କରୁଥିବା ବେଳେ ଆଜି ସନ୍ଧ୍ୟାରେ ଏହି ସବୁ କାର୍ୟ୍ୟକୁ ହିଞ୍ଜିଳି ଭାରପ୍ରାପ୍ତ ଥାନାଅଧିକାରୀ ଅଭିମନ୍ୟୁ ଦାଶ ଓ ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ଡା. ମନୋରଞ୍ଜନ ସାହୁ ଏକ ବାଇକ ଯୋଗେ ସହରର ବିଭିନ୍ନ ଗଳିକନ୍ଦି ସହ ବିଭିନ୍ନ ଗ୍ରାମାଂଚଳ ବୁଲି ଦେଖିଛନ୍ତି । ପ୍ରକାଶ ଥାଉ କି ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ନିଜକୁ ଓ ସମାଜକୁ କୋରନା ଦାଉରୁ ରକ୍ଷା କରିବା ପାଇଁ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ପଦାକୁ ନ ବାହାରି ନିଜ ଘର ଭିତରେ ସୁରକ୍ଷିତ ରହିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଲକ ଡାଉନ ଘୋଷଣା କରିଛନ୍ତି । ଯେଉଁ ବ୍ୟକ୍ତି ଏହି ଲକ ଡାଉନକୁ ଅବମାନନା କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ପୋଲିସ୍ ର କଡା ପେଟ୍ରୋଲିଂ ଯୋଗୁଁ ହିଞ୍ଜିଳି ର ଅସାମାଜିକ ବ୍ୟକ୍ତି ଓ କିଛି ବେଆଇନ ମଦ ବେପାରୀ ଙ୍କ ମନରେ ଛନକା ପଶିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Related posts

୫୦ହଜାର ମାଗି ବନ୍ଧା ହେଲେ ୨ ସାମ୍ବାଦିକ

mahabharatanews

ଦେଶରେ ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡ଼ିଶାର ୬

mahabharatanews

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

mahabharatanews