ଭୁବନେଶ୍ୱର: ଆଜି ମଧ୍ୟ ପରୀ ହତ୍ୟାକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ । ବିଧାନସଭା ଭିତରେ ଓ ବାହାରେ ବିଜେପି ଓ କଂଗ୍ରେସଙ୍କ ବିରୋଧ। ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଦର୍ଶାଇ ତାଙ୍କ ଇସ୍ତଫା ଦାବି କରି ଗୃହ ଭିତରେ ବିରୋଧୀ ଦଳ ହଟ୍ଟଗୋଳ କରିଥିବା ବେଳେ ରାଜରାସ୍ତାରେ ଦଳୀୟ କର୍ମୀଙ୍କ ନାରାବାଜି ଦେଖବାକୁ ମିଳିଛି ।
ଗତକାଲି ଗୃହରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତ୍ତି ସତ୍ତ୍ୱେ ବିରୋଧୀ ଇସ୍ତଫା ଦାବିରେ ଅଡି ବସିଛନ୍ତି। ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ବିଧାୟକମାନେ ଗୃହ ମଧ୍ୟଭାଗରେ ପୋଷ୍ଟର ଓ ବ୍ୟାନର ଦେଖାଇ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।
ସେହିପରି ଲୋୟର ପିଏମଜିରେ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ରାଲି କରାଯାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଯୁବ କଂଗ୍ରେସ କର୍ମୀ ରାଲି କରି ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ଆଗେଇ ଯିବା ବେଳେ ପୁଲିସ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି।
SR