ଅପରାଧ

ହାଇଦ୍ରାବାଦ ଏନକାଉଣ୍ଟର ମାମଲା

(ନୂଆଦିଲ୍ଲୀ): ତେଲେଙ୍ଗାନା ପଶୁ ଚିକିତ୍ସିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୪ ସନ୍ଦିଗ୍ଧଙ୍କ ମୃତ୍ୟୁ ସଂକ୍ରାନ୍ତରେ ତଦନ୍ତ କରିବାକୁ ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏହି ଘଟଣାର ତଦନ୍ତ ଜରୁରୀ ବୋଲି ପ୍ରଧାନ ବିଚାରପତି ଏସ. ଏ ବୋବଡେ ତେଲେଙ୍ଗାନା ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତାଗିଙ୍କୁ କହିଛନ୍ତି । ଘଟଣାର ତଦନ୍ତ କରିବାକୁ ଶୀର୍ଷ ଅଦାଲତର ଜଣେ ଅବସାରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ନେଇ ସୁପ୍ରିମକୋର୍ଟ ଘୋଷଣା କରିବେ । ଏସଆଇଟି ଚଳାଇଥିବା ତଦନ୍ତ ଚାଲୁ ରହିବ, କିନ୍ତୁ ସମାନ୍ତରାଳ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଜଣେ ବିଚାରପତି ନିଯୁକ୍ତ କରିବେ ବୋଲି ପ୍ରଧାନ ବିଚାରପତି ବୋବଡେ କହିଛନ୍ତି ।

Related posts

ଦୁଷ୍କର୍ମ ପରେ ଦୁର୍ଘଟଣା, ପୀଡିତା ଗୁରୁତର

mahabharatanews

ବ୍ୟାପକ କଫସିରଫ ସହ ବସ ଜବତ, ୩ ଗିରଫ

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews