ଓଡିଶା

୫୩ ବର୍ଷରେ ପାଦ ଦେଲେ ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀ

ଭୁବନେଶ୍ୱର, (ମହାଭାରତ ଲାଇଭ ବ୍ୟୁରୋ): ଓଡ଼ିଆ ଆଇପିଏସ୍ ସନ୍ତୋଷ ଷଡ଼ଙ୍ଗୀ ଆଜି ୫୩ ବର୍ଷ ବୟସରେ ପର୍ଦାପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ତାଙ୍କ ପରିବାର, ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଜନ୍ମଦିନର ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

ସନ୍ତୋଷ ଜଣେ ସଚ୍ଚୋଟ ଓ ନିଷ୍ଠାପର ଆଇଏଏସ୍ । ତାଙ୍କ ପରିଶ୍ରମ ଓ ପରାକାଷ୍ଠାକୁ ନେଇ କେନ୍ଦ୍ର ସରକାର ତାଙ୍କ ଉପରେ ଭରସା ଅତୁଟ ରଖିଛନ୍ତି । ଏହି କାରଣରୁ ସେ ଏବେ କେନ୍ଦ୍ରରେ ବିଦେଶ ବାଣିଜ୍ୟ ବିଭାଗର ଡାଇରେକ୍ଟର ଜେନେରାଲ ପଦବିରେ ଅଧିଷ୍ଠିତ । ଜଣେ ଓଡ଼ିଆ ଆଇଏଏସ୍ସ ଭାବେ ସେ ପ୍ରଥମେ ଏହି ପଦବି ପାଇଛନ୍ତି । କେନ୍ଦ୍ରରେ ଥିବା ଆଇଏଏସ୍ମାନଙ୍କ ମଧ୍ୟରେ ସେ ସଂପୂର୍ଣ୍ଣ ଭିନ୍ନ । ଜଣାଶୁଣା ହାତ ଗଣତି କେତେକ ଆଇଏଏସମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଏହା ପୂର୍ବରୁ ସେ କେନ୍ଦ୍ର ଶିକ୍ଷା ବିଭାଗର ଆଡିସନାଲ କମିସନର ଥିଲେ ।

କେନ୍ଦ୍ରୀୟ ଡେପୁଟେସନରେ ୫ ବର୍ଷର ସଫଳତାର ସହ କାର୍ଯ୍ୟ କରିବା ପରେ ସେ ପୁଣି ଥରେ ଓଡ଼ିଶା ଫେରି ଆସିଥିଲେ । ଏଠାରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରିନ୍ସପାଲ ସଚିବ ଭାବେ କାମ କରିଥିଲେ । ଏଠାରେ ମଧ୍ୟ ତାଙ୍କ କାର୍ଯ୍ୟକୁ ନେଇ ସେ ରାଜ୍ୟ ସରକାରଙ୍କଠାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି ।

ଏହା ପରେ ପୁଣି ଥରେ ସେ ଦିଲ୍ଲୀକୁ କେନ୍ଦ୍ରୀୟ ଡେପୁଟେସନରେ ଯାଇ କେନ୍ଦ୍ର ଶିକ୍ଷା ବିଭାଗ ଆଡିସନାଲ କମିସନର ହୋଇଥିଲେ । ପରେ ଆପେଡ଼ାରେ ଅଧ୍ୟକ୍ଷ ପଦବି ସମ୍ଭାଳିଥିଲେ ।
ଏବେ ଆଇଏଏସ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ବିଦେଶ ବାଣିଜ୍ୟ ବିଭାଗର ଦାୟିତ୍ୱରେ । କରୋନା ମହାମାରୀ ସମୟରେ ନିଜ ଦୀର୍ଘ ଦିନର ଅଭିଜ୍ଞତାକୁ ପାଥେୟ କରି ଦେଶର ଅର୍ଥନୀତିକୁ ସ୍ଥିର ରଖିଥିଲେ । ଦେଶର ଅର୍ଥନୀତିର ବିକାଶରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ପ୍ରକାଶଥାଉକି, ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀ ହେଉଛନ୍ତି ପୂର୍ବତନ ମହିଳା ଆଇଏଏସ୍ ତଥା ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ପତି । ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପୂର୍ବରୁ ବିଏମସି କମିସନର ଭାବେ ଅନେକ ସୁନାମ ଅର୍ଜନ କରିଥିଲେ ।
ଏହି ଅବସରରେ “ମହାଭାରତ ଲାଇଭ ’ ପରିବାର ପକ୍ଷରୁ ଆଇଏଏସ୍ ସନ୍ତୋଷଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କ ଜୀବନ ଦୀର୍ଘାୟୁ ହେବାର କାମନା କରୁଛି ।

 

Related posts

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews

ରୋଷେଇ ଘରୁ ୩ ଫୁଟିଆ ନାଗ ଛୁଆ ଉଦ୍ଧାର

mahabharatanews

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews