ଓଡିଶାଭାରତ

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩; ସ୍ୱତନ୍ତ୍ର ପ୍ରସ୍ତୁତିରେ ଓଡିଶା

(ଦିଲ୍ଲୀ) :  ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ । ଆଗାମୀ ନଭେମ୍ବର ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ  ଚଳିତ ବର୍ଷର ବିଷୟବସ୍ତୁ “ବସୁଧୈବ କୁଟୁମ୍ବକମ୍-ୟୁନାଇଟେଡ୍ ବାଇ ଟ୍ରେଡ୍” ଆଧାରରେ ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ଵୀକୃତି ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ , ଏହି ପରିପ୍ରେକ୍ଷୀରେ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ, ହସ୍ତଶିଳ୍ପ, ବିଭିନ୍ନ କାରୁକାର୍ଯ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ଵବାସୀଙ୍କ ପାଇଁ ଆକର୍ଷଣୀୟ ସାମଗ୍ରୀ ହୋଇଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି, ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ, ଅଦା ଓ ହଳଦୀ, କୋରାପୁଟ କଫି, ପର୍ଯ୍ୟଟନ, କ୍ରୀଡ଼ା, ଶିଳ୍ପାୟନ ଆଦିକୁ ଓଡିଶା ପାଭିଲିୟନ ମାଧ୍ୟମରେ ବିଶ୍ଵବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ ହେବ ।  ତେବେ ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡିଶା ଅଂଶଗ୍ରହଣ କରି ବିଶ୍ଵବାସୀଙ୍କୁ ଓଡିଶାର ଅନନ୍ୟ ସୁସ୍ଵାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

Related posts

ଅକ୍ଷମଙ୍କୁ ଦିଆଯିବ ସ୍ବତନ୍ତ୍ର ହୋମଗାର୍ଡ ନିଯୁକ୍ତି : ମମତା

mahabharatanews

ବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନ

mahabharatanews

ମଣିପୁର ହିଂସା : ଏସବୁ ବନ୍ଦ କର ନଚେତ୍‌ ପରିଣାମ ଭୟାନକ ହେବ

mahabharatanews