ଭାରତ

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

ନୂଆଦୀଲ୍ଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରର ମାଲିକ ଏଲନ ମସ୍କ । ମସ୍କଙ୍କ ତରଫରୁ ଟ୍ୱିଟର ଆକାଉଣ୍ଟର ଆର୍ଲଟ ଦେଉଥିବା ଆକାଉଣ୍ଟ ମାଧ୍ୟମରେ ଏନେଇ ଏକ ଟ୍ୱିଟ୍ କରିଛନ୍ତି । ମସ୍କ ପିଏମଙ୍କୁ ଫଲୋ କରି ଛନ୍ତି ଟ୍ବିଟ୍ରେ ଫଲୋ କରିଥିବା ସମୁଦାୟ ୧୯୫ ଜଣଙ୍କ ମଧ୍ୟରେ ମୋଦୀଙ୍କ ନାମ ବି ରହିଛି। ମସ୍କଙ୍କ ଫଲୋ ତାଲିକାର ଏକ ସ୍କ୍ରିନ୍ସଟ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମସ୍କଙ୍କର ଫଲୋୟର୍ସ ସଂଖ୍ୟା ୧୩୪.୩ ମିଲିୟନ୍। ଟ୍ବିଟର୍ରେ ସବୁଠାରୁ ଅଧିକ ଫଲୋୟର୍ସ ଥିବା ବ୍ୟବହାରକାରୀଙ୍କ ମଧ୍ୟରେ ମସ୍କ ଆଗରେ ରହିଛନ୍ତି। ମାର୍ଚ ମାସ ଶେଷ ସୁଦ୍ଧା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅତିକ୍ରମ କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ତେବେ ମୋଦୀଙ୍କର ଟ୍ବିଟର୍ରେ ୮୭.୭ ମିଲିୟନ୍ ଫଲୋୟର୍ସ ଅଛନ୍ତି। ତେବେ ସେ ହେଉଛନ୍ତି ସବୁଠାରୁ ଅଧିକ ଫଲୋୟର୍ସ ଥିବା ରାଜନେତା। ମୋଦିଙ୍କୁ ଏଲନ ମସ୍କ ଫଲୋ କରିଥିବା ଦେଖି ୟୁଜର୍ସ ଏ ନେଇ କମେଣ୍ଟ ଦେଇଛନ୍ତି । ସେ ସେହି କମେଣ୍ଟରେ ଲେଖିଛନ୍ତି କି ଏବେ ଟେସଲା ଭାରତ ଆସିବାକୁ ଯାଉଛି । ଟ୍ୱିଟରରେ ମାସକୁ ପ୍ରାୟ ୪୫୦ ମିଲିୟନ୍ ଉପଭୋକ୍ତା ସକ୍ରିୟ ରହୁଛନ୍ତି। ସେଥିମଧ୍ୟରୁ ୩୦ ପ୍ରତିଶତ ବ୍ୟବହାରକାରୀ ମସ୍କଙ୍କୁ ଫଲୋ କରୁଛନ୍ତି।

Related posts

ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଅକ୍ଷୟ କୁମାରଙ୍କ ସହିତ ବଡ ପରଦାରେ ନଜର ଆସିବେ ସରଗୁନ

mahabharatanews

ଧିରେ ଧିରେ ହ୍ରାସ ପାଉଛ କରୋନାର ପାର୍ଦୁଭାବ

mahabharatanews