ଓଡିଶା

ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମରେ ଝାଡାବାନ୍ତି

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଝାଡାବାନ୍ତି ବିଭିନ୍ନ ଗ୍ରାମରେ ଅ ।ରମ୍ଭ ହୋଇଯାଇଛି । ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେବି ଲୋକମାନେ ଚିକିତ୍ସିତ ହେଉଛନ୍ତି । ମାତ୍ର ବିପିଏମ ଓ ବିଇଙ୍କ ପାଖରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମାନେ ଚିକିତ୍ସା ହେଉଥିଲେ ମଧ୍ୟ ଅଧିକାରୀଙ୍କ ପାଖରେ ସୂଚନା ନାହିଁ ବୋଲି ନରେନ୍ଦ୍ରପୁର ସମିତିସଭ୍ୟ କୁହନ୍ତି ୟ ସୁଚନାଯୋଗ୍ୟ ଯେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନିପୁର ଗ୍ରାମରେ ଝାଡାବାନ୍ତି ଲାଗିବା ଯୋଗୁ ଧୁଳିରାମ ଜେନା (୩୦), ଶାନ୍ତନ ଜେନା (୫୪), ମିନାକ୍ଷୀ ଜେନା (୩୫), ଜନାର୍ଦ୍ଧନ ଜେନା (୪୦) ଓ ଗିତାଞ୍ଜଳି ଭୋଇ(୨୭) ନରେନ୍ଦ୍ରପୁର ଗ୍ରାମର ଝାଡାବାନ୍ତିରେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଧୁଳିରାମ, ଜନାର୍ଦ୍ଧନ ଓ ମିନାକ୍ଷୀଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ସେହିପରି ବିଭିନ୍ନ ଗ୍ରାମର ଝାଡାବାନ୍ତି ରୋଗରେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଛନ୍ତି । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ସମ୍ପର୍କରେ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଓ ବିଧାୟକଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହଁ । ଯାହାକି ଖରାଦିନ ଅ ।ରମ୍ଭ ନ ହେବା ଅ ।ଗରୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି । ଦୁଷିତ ଗଡିଅ । ପୋଖରୀ ପାଣି ପିଇବା ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହପାତ୍ର କହିଛନ୍ତି । ତୁରନ୍ତ ଉକ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ସହ ଏକ ସ୍ୱତନ୍ତ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ଲୋକମାନଙ୍କୁ ଚିକିତ୍ସା କରିବା ସହ ସଚେତନତା କରାଇବା ପାଇଁ ସେ ଦାବି କରିଛନ୍ତି ।

Related posts

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ହନୁମାନପୁର ଗାଁ ଅତାବିରା ଆଦିବାସୀ ବସ୍ତିରୁ ମୋଦୀ ଅନ୍ନ ଯୋଜନାର ଶୁଭାରମ୍ଭ

mahabharatanews

ବନ୍ୟା ପରିଚାଳନାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

mahabharatanews