(ଖଗେଶ୍ୱର ପିଙ୍ଗୁଆ/ପାଲଲହଡା): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକରେ ଅସାଧୁ ଵ୍ୟବସାୟିଙ୍କ ଦୋରାତ୍ମ ଦିନକୁ ଦିନ ବଢିବାରେ ଲାଗିଛି । କିଛି ଅସାଧୁ ସରକାରି କର୍ମଚାରୀ ଓ ଠିକାଦାର୍, ମାଫିଆମାନଙ୍କ ମଧୁଚନ୍ଦ୍ରିକାରେ କାଠ ଠାରୁ ଆରମ୍ଭ କରି ବାଲି ପର୍ୟ୍ୟନ୍ତ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଛି । ପାଲଲହଡାର ପ୍ରାକୃତିକ ସମ୍ପଦର ଚୋରାବେପାର କରି ମାଲାମାଲ ହେଉଛନ୍ତି ଅସାଧୁ ସରକାରୀ କର୍ମଚାରୀ ଓ ଠିକାଦାର । ଏହିପରି ନିତିଦିନିଆ ଚୋରାବାଲି ଓ ଚୋରା କାଠ ବ୍ୟଵସାୟ ଚାଲିଥିବା ଵେଳେ ନିରଵଦ୍ରଷ୍ଠା ସାଜିଛି ସ୍ଥାନୀୟ ପ୍ରଶାସନ । କିଛି ଦିନ ତଳେ ଏକ ନମ୍ବର ଵିହିନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲା ଖମାର ରାଜସ୍ୱ କାର୍ୟ୍ୟାଳୟ । ବାଲି ବୋଝେଇ ଟ୍ରାକ୍ଟର ସମ୍ପର୍କରେ ଆର୍ ଆଇ ମହାଶୟ କୋଣସି ସୂଚନା ଦେବାକୁ ସ୍ପଷ୍ଟ ମନାକରିଥିଲେ । ତେବେ ଉକ୍ତ ଟ୍ରାକ୍ଟରଟି ମୁଣ୍ଡୁରିବେଡା ଗାଁର ଦିଲ୍ଲୀପ ବିଶ୍ୱାଳ ନାମକ ବ୍ୟକ୍ତିଙ୍କ ନାଁରେ ରହିଥିବା ବିଶେଷ ସୂତ୍ରରୁ ପ୍ରକାଶ । ଏହି ଅଞ୍ଚଳରେ ଶହ ଶହ ଗାଡି ଦୈନିକ ବାଲି ଚାଲାଣ କରୁଥିବା ବେଳେ ମାତ୍ର ଗୋଟିଏ ଗାଡିକୁ ଜବତ କରାଯାଇଥିବାରୁ ଏଥିରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
previous post
next post