ଓଡିଶା

ପୁରୀ ଜିଲ୍ଲାରେ ମୋଟ ୪୭ଟି କରୋନା ସନ୍ଧିଗ୍ଧ ମଧ୍ୟରୁ ୩୮ଟି ନମୁନା ନେଗେଟିଭ

(ଜୟନ୍ତ କୁମାର ସେଠୀ, ଗୋପ): ଲକ୍ ଡାଉନ ୧୦ମ ଦିନରେ ପହଂଚିଛି। ତେବେ ପୁରୀ ଜିଲ୍ଲା ବାସୀ ଏହାକୁ ସଠିକ ଭାବେ ପାଳନ କରଥିବା ହେତୁ ପୁରୀ ଜିଲାପାଳ ବଲବନ୍ତ ସିଂ ପୁରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇ ଛନ୍ତି। ଏହି ସମୟରେ ଅନେକ ଅସୁବିଧାର ସମ୍ମୁଖିନ ଲୋକମାନେ ହେଉଛନ୍ତି । ତେବେ ଧର୍ୟ୍ୟର ସହିତ ଏହି ଲକଡାଉନ ପାଳନକୁ ଜାରି ରଖିବାକୁ ପୁରୀ ଜିଲ୍ଲାପାଳ ପୁରୀବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଜିଲାପାଳଙ୍କ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ମୋଟ ୪୭ଟି କରୋନା ସନ୍ଧିଗ୍ଧ ନେଇ ସାଂପଲ ଟେଷ୍ଟ ପାଇଁ ଭୁବନେଶ୍ବରକୁ ପଠାଯାଇଛି। ସେଥି ମଧ୍ୟରୁ ୩୮ଟି ସଂପଲ ନେଗେଟିଭ ରିପୋର୍ଟ ଆସିଛି। ତେବେ ସାମାନ୍ୟ ଜର କି ଥଣ୍ଡା ହେଲେ ଅବହେଳା ନ କରି ତୁରନ୍ତ ଡ଼କ୍ଟରଙ୍କୁ ଦେଖାଇବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଥମେ ନ ଆସି ନିକଟସ୍ଥ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ପେସେଣ୍ଟ ପାଇଁ ସ୍ୱତନ୍ତ୍ର ୱାର୍ଡ ଥିବାରୁ ସେଠାକୁ ଗଲେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି।

Related posts

ହାତୀ ଶାବକର ମୃତଦେହ ଉଦ୍ଧାର

mahabharatanews

ଚନ୍ଦ୍ରରେ ଇତିହାସ ରଚିଲା ଭାରତ 

mahabharatanews

ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews