ଖେଳ

ଘରୋଇ କ୍ରିକେଟରଙ୍କର ବଢିଲା ଦରମା

ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ ଅଧିକ ମ୍ୟାଚ ଖେଳିଥିବା ଖେଳାଳୀମାନଙ୍କ ପାଇଁ ମ୍ୟାଚ ଫି ୬୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।

ପୂର୍ବରୁ କ୍ରିକେଟରମାନଙ୍କୁ ମ୍ୟାଚ ପ୍ରତି ୩୫ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏବେ ସେଥିରେ ୨୫ ହଜାର ଟଙ୍କା ବୃଦ୍ଧି କରାଯାଇ ୬୦ ହଜାର ଟଙ୍କା ସ୍ଥିର କରିଛି ବିସିସିଆଇ । ସେହିପରି ୨୩ ବର୍ଷରୁ କମ ବୟସର ଖେଳାଳୀମାନଙ୍କ ପାଇଁ ମ୍ୟାଚ ଫି ୨୫ ହଜାର ଏବଂ ୧୯ ବର୍ଷରୁ କମ ଖେଳାଳୀମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ମ୍ୟାଚ ଫି ଧାର୍ଯ୍ୟ ହୋଇଛି । ତେବେ ଏହା ବ୍ୟତୀତ ୨୦୧୯-୨୦ ଘରୋଇ ସିଜନରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କୁ ୨୦୨୦-୨୧ରେ ସ୍ଥଗିତ ସିଜନର କ୍ଷତି ପୂରଣ ବାବଦକୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ ଶୁକ୍ଳ ଦିଆଯିବ । ଏହି ବର୍ଷରେ ମହାମାରୀ କୋରୋନା ପାଇଁ ସିଜନ ସ୍ଥଗିତ ରହିଥିଲା । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ବିସିସିଆଇ ସୋମବାର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଏଥି ସହ ମହିଳା ଖେଳାଳି ମାନଙ୍କର ମଧ୍ୟ ମ୍ୟାଚ ଫି ବୃଦ୍ଧି କରାଯାଇଛି। ସିନିୟର ମହିଳା ଖେଳାଳିଙ୍କୁ ଏବେ ମ୍ୟାଚ ପ୍ରତି ୧୨,୫୦୦ ପରିବର୍ତ୍ତେ ୨୦ ହଜାର ଟଙ୍କା ଦିଆଯିବ ।

Related posts

ଆଇପିଏଲ ପୂର୍ବରୁ ପୁରୁଣା ଅନ୍ଦାଜରେ ଧୋନୀ

mahabharatanews

ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌: ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

mahabharatanews

ଆଜିଠୁ ଆରମ୍ଭ କବାଡ୍ଡି ଯୁଦ୍ଧ

mahabharatanews