ଭାରତ

ମାମୁଁ ଘରେ ଅନୁସନ୍ଧାନ ଜାରି ରଖିଛି ‘ପ୍ରଜ୍ଞାନ’

(ଦିଲ୍ଲୀ) : ଭାରତର ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଜ୍ଞାନ ରୋଭରକୁ ଗୁରୁବାର ସଫଳଭାବେ ଚନ୍ଦ୍ରପୃଷ୍ଠରେ ମୁତୟନ କରାଯାଇଛି। ଗତକାଲି ଚନ୍ଦ୍ରର ଦକ୍ଷିଣମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଛଅ ଚକବିଶିଷ୍ଟ ‘ପ୍ରଜ୍ଞାନ’ ଏଥିରୁ ବାହାରି ଚନ୍ଦ୍ରରେ ଗଡ଼ିବା ସହିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛି।

ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର‌)ରେ କୁହାଯାଇଛି, ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରିଛି ଏବଂ ଚନ୍ଦ୍ରରେ ଭାରତ ପ୍ରଥମ ପଦଚାରଣ କରିବାରେ ସଫଳ ହୋଇଛି।’ ମିସନ ସମ୍ବନ୍ଧରେ ଆଗକୁ ନିୟମିତ ଅପ୍‌ଡେଟ୍ ଦିଆଯିବ ବୋଲି ଇସ୍ରୋ କହିଛି। ରୋଭର ହେଉଛି ଏକ ମାଇକ୍ରୋୱେଭ୍ ଓଭେନ୍‌ ଆକାରର ଯନ୍ତ୍ର। ଏହାକୁ ଚନ୍ଦ୍ରପୃଷ୍ଠରେ ୫୦୦ ମିଟର (୧,୬୪୦ ଫୁଟ୍‌) ପର୍ଯ୍ୟନ୍ତ ଚାଲିବା ପାଇଁ ଡିଜାଇନ କରାଯାଇଛି। ଏହା ଚନ୍ଦ୍ରର ଭୂତତ୍ତ୍ବ, ଖଣିଜତତ୍ତ୍ବ ଓ ବାୟୁମଣ୍ଡଳ ଉପରେ ପରୀକ୍ଷାନିରୀକ୍ଷା କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ। ଏହି ସମୟ ମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ସଂପର୍କରେ ଏହା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ।

Related posts

ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ

mahabharatanews

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

mahabharatanews

ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ 

mahabharatanews