Uncategorized

ଜାତିସଂଘ ମୁଖ୍ୟାଳୟରୁ ସିଧାପ୍ରସାରଣ କରାଯିବ ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ୧୦୦ତମ ଅଧ୍ୟାୟ

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଜାତି ସଂଘ ମୁଖ୍ୟାଳୟରୁ ୧୦୦ତମ ଅଧ୍ୟାୟ ସିଧାପ୍ରସାରଣ କରାଯିବ । ଏନେଇ ‘ଜାତିସଂଘ ସ୍ଥାୟୀ ମିଶନ ଅଫ ଇଣ୍ଡିଆ ଟୁଇଟ୍ କରି କହିଛି, ମିଳିତ ଜାତିସଂଘ ମୁଖ୍ୟାଳୟର ‘ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବର’ରୁ ଏପ୍ରିଲ୍ ୩୦ରେ ସିଧା ପ୍ରସାରଣ ହେବ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’ର ପ୍ରଥମ ଅଧ୍ୟାୟ ୨୦୧୪ ମସିହା ଅକ୍ଟୋବର ୩ ତାରିଖ ଶୁକ୍ରବାର ଦିନ ବିଜୟାଦଶମୀର ଶୁଭ ଅବସରରେ ପ୍ରସାରଣ ହୋଇଥିଲା। ୨୦୧୫ ମସିହା ଏପ୍ରିଲ ମାସରୁ ‘ମନ କି ବାତ’କୁ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରଣ କରାଯାଏ। ମୋଟ ୩୦ ମିନିଟର ଏହି କାର୍ୟ୍ୟକ୍ରମର ୧୦୦ ତମ ଅଧ୍ୟାୟ ଏପ୍ରିଲ୍ ୩୦ରେ ଭାରତୀୟ ସମୟ ଅନୁସାରେ ଦିନ ୧୧ ଟା ଏବଂ ନ୍ୟୁୟର୍କରେ ରବିବାର ସକାଳ ୧.୩୦ରେ ପ୍ରସାରଣ ହେବ । ଏହାର ୯୯ତମ ଅଧ୍ୟାୟ ୨୦୨୩ ମାର୍ଚ୍ଚ ୨୬ ରେ ପ୍ରସାରଣ ହୋଇଥିଲା।ଜ୍ଝ ଏହାକୁ ସମଗ୍ର ନେଟୱାର୍କରେ ସାଙ୍କେତିକ ଭାଷାରେ ଦୁରଦର୍ଶନ ଦ୍ୱାରା ପ୍ରସାରଣ କରାଯାଏ।

Related posts

ସାମ୍ବାଦିକଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନ ନମିଳିବା ନେଇ ଉଦବେଗ

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

mahabharatanews

ଆଜି ଭାରତରେ ପହଞ୍ଚିବ ୫ ରାଫେଲ ଯୁଦ୍ଧ ବିମାନ

mahabharatanews