ଓଡିଶା

 ୨୪ ଘଣ୍ଟାରେ ଦେଶରୁ ୩୧୦ କରୋନା ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ଦିନକୁ ଦିନ କରୋନା ଦୈନିକ ସଂକ୍ରମଣ ମାମଲାରେ ହ୍ରାସ ପାଇବାରେ ଲାଗିଛି  । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୩୧୦ ଜଣ କରୋନା ସଂକ୍ରମିତ  ଚିହ୍ନଟ ହୋଇଛନ୍ତି । ଏପରିକି ବର୍ତ୍ତମାନ ମାମଲା ସ୍ଥିର ରହିଛି । ଦୈନିକ ସଂକ୍ରମଣ ମାମଲା ତିନି ଶହ ପାଖାପାଖି ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।

ସୂଚନାନୁଯାୟୀ ,  ଏଥି ସହିତ ୫୭୧ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୪୭୦୯ରେ ପହଞ୍ଚିଛି । ଏହି ସମୟରେ ୨ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି  ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪୪୯  ୯୦୦୫୪ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪୪,୪୫୩୪୭୯  ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ ୫   ୩୧୮୬୬ ରୋଗୀ ପ୍ରାଣ ହରାଇଛନ୍ତି ।

Related posts

ନ୍ୟାୟରୁ ବଞ୍ଚିତ ଦମ୍ପତିଙ୍କ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ

mahabharatanews

ସାଇଟ୍ ସେଭର୍ ପକ୍ଷରୁ ମାଗଣା ଚକ୍ଷୁ ଶିବିର

mahabharatanews

କ୍ରିକେଟରୁ କରୋନା: କଳାହାଣ୍ଡି ଆକ୍ରାନ୍ତ କଟକ ସ୍ଥାନାନ୍ତର

mahabharatanews