(ଦିଲ୍ଲୀ) : ଗତ କିଛି ଦିନ ଧରି କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ କରୋନା ମାମଲା ବର୍ତ୍ତମାନ 1 ହଜାର ତଳେ ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
ସୂଚନାନୁସାରେ, ଏଥି ସହିତ ୨୧୦୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୧୩୦୩୭ ରେ ପହଞ୍ଚିଛି । ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪୪ 9୮୨ ହଜାର 131 ରୋଗୀ ଚିହ୍ନଟ ହୋଇଛନ୍ତି ।