Uncategorized

ତାଲିବାନ ସହ ଭାରତର ଆଲୋଚନା

(ନୂଆଦିଲ୍ଲୀ): ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ତାଲିବାନ ସମସ୍ତ ଦେଶକୁ ନିଜ ଦୂତବାସ ମାନଙ୍କୁ ଏବଂ ଆମେରିକାକୁ ନିଜ ସୈନ ପ୍ରତ୍ୟାହାର କରିବାକୁ କହିଥିଲା । ଏନେଇ ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ମିଶନ ଶେଷ କରିଛି । ମାତ୍ର ସେଠାରେ ଫସିଥିବା ଭାରତୀୟଙ୍କୁ କେମିତି ଉଦ୍ଧାର କରାଯିବ ତାହା ଭାରତ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ଶୀଘ୍ର ପ୍ରତ୍ୟାବର୍ତ୍ତନ ସମ୍ପକୟରେ ସେ ତାଲିବାନ ନେତା ଷ୍ଟାନେକଜାଇଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହ ଆଫଗାନିସ୍ତାନର ମାଟି ଯେମିତି ଭାରତ ବିରୋଧରେ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସପକ୍ଷରେ ବ୍ୟବହାର ନହେବ ସେ ସମ୍ପର୍କରେ ମଧ୍ୟ ଶ୍ରୀ ମିତ୍ତଲ ବୈଠକରେ ଗୁରୁତ୍ୱରୋପ କରିଛନ୍ତି । ସବୁ ଶୁଣିବା ପରେ ଏହି ପ୍ରସଙ୍ଗକୁ ସକାରତ୍ମକ ଦୃଷ୍ଟି କୋଣରେ ବିଚାର କରାଯିବ ବୋଲି ତାଲିବାନର ପ୍ରତିନିଧି ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତିଶୃତି ଦେଇଛନ୍ତି । ତେଣୁ ଆଫଗାନରେ ଫସିଥିବା ଭାରତୀୟ ଶୀଘ୍ର ଉଦ୍ଧାର ହୋଇପାରନ୍ତି ବୋଲି ବୈଦେଶିକ ମନ୍ତ୍ରଳାୟେ ପକ୍ଷରୁ କୁହାଯାଇଛି । ତେଣୁ ଭାରତ ସରକାର ନିଜ ଦେଶର ନାଗରିକଙ୍କ ପାଇଁ ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କରିଛି ।

Related posts

କରୋନା ପ୍ରତିଷେଧକ ପାଇଁ ପ୍ରସ୍ତୁତି ଚଳାଇଛି ଭାରତ

mahabharatanews

 ଆଜି ଆସିବ ଦ୍ୱିତୀୟ ବୋଇଂ ଏୟାରକ୍ରାଫ୍ଟ

mahabharatanews

ତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇ

mahabharatanews