ଭାରତ

‘ବୀର ବାଲ ଦିବସ’ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ମୋଦୀ ଆଜି ଡିସେମ୍ବର ୨୬, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ‘ବୀର ବାଲ ଦିବସ’ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ସୂଚନାନୁଯାୟୀ ,’ବୀର ବାଲ ଦିବସ’ରେ ଏକ ଚଳଚ୍ଚିତ୍ର ମଧ୍ୟ ଦେଶବ୍ୟାପୀ ପ୍ରଦର୍ଶିତ ହେବ। ଏଥିସହିତ ମାଇଁ ଭାରତ ଓ ମାଇଗଭ ପୋର୍ଟାଲ ଜରିଆରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଭଳି ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯିବ। ସରକାର ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ସଚେତନ କରିବା ପାଇଁ ସମଗ୍ର ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସାହିବଜାଦାଙ୍କ ଜୀବନ କାହାଣୀ ଏବଂ ବଳିଦାନକୁ ନେଇ ଏକ ଡିଜିଟାଲ ପ୍ରଦର୍ଶନୀ ସାରା ଦେଶର ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରଦର୍ଶିତ ହେବ ।

Related posts

ବିସ୍ପୋରଣରେ ୨‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୩୭୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ପ୍ରଚାର ମୈଦାନରେ ଦ ଗ୍ରେଟ୍ ଖଲି

mahabharatanews