ଭାରତ

କଂଗ୍ରେସରେ ଯୋଗ ଦେଲେ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ

(ଦିଲ୍ଲୀ) : ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି।

ସୂଚନାନୁଯାୟୀ , ଏହି କାର୍ଯ୍ୟକ୍ରମରେ ତାଙ୍କ ଦଳ ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ ମଧ୍ୟ ‘କଂଗ୍ରେସ ପାର୍ଟି’ରେ ମିଶିଲା ବୋଲି ଶର୍ମିଲା ଘୋଷଣା କରିବା ସହିତ କହିଛନ୍ତି ଯେ, ତାଙ୍କୁ ‌ଯାହା ଦାୟିତ୍ବ ଦିଆଯିବା ତାହା ସେ ପାଳନ କରିବେ। କଂଗ୍ରେସକୁ ପ୍ରଶଂସା କରି ଶର୍ମିଲା କହିଲେ, କଂଗ୍ରେସ ହେଉଛି ଅକୁଣ୍ଠିତ ଭାବେ ସମସ୍ତ ସମ୍ପ୍ରଦାୟର ସେବା  ଓ ସବୁବର୍ଗର ଜନତାଙ୍କୁ ଏକତ୍ର କରି ରଖିଥିବା ଦେଶର ବୃହତ୍ତମ ଧର୍ମନିରପେକ୍ଷ ଦଳ।

Related posts

ଚାରିଧାମ ତୀର୍ଥକ୍ଷେତ୍ରରେ VIP ଦର୍ଶନ ବନ୍ଦ

mahabharatanews

G -20 ଅତିଥି ଖାଇବେ ମାଣ୍ଡିଆ

mahabharatanews

ଶୀତର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews