ଅପରାଧ

ସେନା କର୍ମଚାରୀଙ୍କୁ ହତ୍ୟା, ୨ ଗୁରୁତର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକା ବାତୁଳା ଗାଁର ଜଣେ ସେନା କର୍ମଚାରୀ ରଞ୍ଜନ ନାହକଙ୍କୁ ହତ୍ୟା କରାଯାଇଛି । ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣା ସାରା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବାତୁଳା ଗାଁର ହୃଷି ନାହାକଙ୍କ ପୁଅ ରଞ୍ଜନ ନାହାକ ନିଜ ସାଙ୍ଗମାନଙ୍କ ସହ ବାତୁଳା ଛକରେ ଥିଲା ବେଳେ ଏହି ଆକ୍ରମଣ ହୋଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଆକ୍ରମଣରେ ରଞ୍ଜନଙ୍କ ଦୁଇ ସାଙ୍ଗ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

କୋରୁକୋଣ୍ଡା ମହିଳା ନାଏବ ସରପଞ୍ଚକୁ ନ୍ୟାୟ ମିଳିବ କେବେ

mahabharatanews

ସିପିଏମ ବିଧାୟକଙ୍କ ପିଏସଓଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

mahabharatanews