Uncategorized

ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ଡିନ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିତ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ନୂତନ ଡିନ୍ । ହାର୍ଭାର୍ଡ ବିଜନେସ ସ୍କୁଲର ୧୧ତମ ଡିନ୍ ଭାବେ ଦତାରଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଡିନ୍ ନିତିନ ନୋହରିଆଙ୍କ ସ୍ଥାନ ନେବେ। ସେ ଜାନୁଆରୀ ୨ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ହାର୍ଭାର୍ଡ ସୂଚନା ଦେଇଛି।
ହାର୍ଭାର୍ଡ ସ୍କୁଲ ୧୧୨ ବର୍ଷର ଏକ ପ୍ରତିଷ୍ଠିତ ସଂସ୍ଥା । ଶ୍ରୀକାନ୍ତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ ସ୍ନାତକୋତ୍ତର କରି ୧୯୯୬ରେ ହାର୍ଭର୍ଡ ବିଜନେସ ସ୍କୁଲର ପ୍ରଫେସର ଭାବେ କାର୍ଯ୍ୟକରି ଆସୁଥିଲେ । ଏଥିସହ ସେ ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ଏବଂ ଆସୋସିଏଟ୍ ଡିନ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ଭାରତ ମଧ୍ୟ ଗୌରାବନ୍ୱିତ ହୋଇଛି ।

 

Related posts

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କରଙ୍କୁ ସମନ

mahabharatanews

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews

ଆସାମ ବିରୋଧକାରୀଙ୍କ ଟ୍ରେନରେ ନିଆଁ ଲଗାଇବା ଉଦ୍ୟମ ସେନା ଦ୍ୱାରା ପଣ୍ଡ

mahabharatanews