ଓଡିଶାଖେଳ

ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ

ଭୁବନେଶ୍ୱର; ଭାରତୀୟ ମହିଳା ଟିମକୁ ଅଭନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ । କାରଣ ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ ଗୋଲରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ହାତେଇଥିଲା। ଏଥର ବିହାରରେ ଭାରତର ଫାଇନାଲରେ ବିଜୟୀ ହୋଇଛି। ଫାଇନାଲରେ ବିଜୟୀ ହେବା ପରେ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଦଳ ଏଭଳି ପ୍ରଦର୍ଶନ ବଜାୟ ରଖି ଦେଶ ପାଇଁ ଗୌରବ ଆଣୁ ବୋଲି ଅଭିନନ୍ଦନ ଜଣାଇ କହିଛନ୍ତି ନବୀନ ପଟ୍ଟନାୟକ। ହକିର ପ୍ରସାର ପ୍ରଚାର କ୍ଷେତ୍ରରେ ନବୀନଙ୍କ ଅବଦାନ ଅତୁଳନୀୟ।

Related posts

ଟ୍ରକ ଧକ୍କାରେ ମହିଳା ମୃତ୍ୟୁ, ରାସ୍ତା ଅବରୋଧ

mahabharatanews

ଲକ୍ଷେ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ

mahabharatanews

ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ

mahabharatanews