ଖେଳ

ପାରାଅଲିମ୍ପିକ୍ସରେ ଭାରତର ଦବଦବା

ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ ମିଳିଛି ଦୁଇ ଦୁଇଟି ପଦକ । ଭାରତର ଆଥଲେଟ ମାରିଆପ୍ପାନ ଥାଙ୍ଗଭେଲୁ ଏବଂ ଶରଦ କୁମାର ଉଭୟ ଏହି ଇଭେଣ୍ଟରେ ଭାରତ ପାଇଁ ଦୁଇଟି ପଦକ ଆଣିଛନ୍ତି । ମାରିଆପ୍ପାନ ରୌପ୍ୟ ଏବଂ ଶରଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏମାନଙ୍କ ପଦକ ସହ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ତେବେ ଆଜି ଗୋଟିଏ ଦିନରେ ତିନୋଟି ଯାକ ପଦକ ଜିତିଛନ୍ତି ଭାରତୀୟ ଆଥଲେଟ । ଜାଭେଲିନରେ ସୁମିତ ସ୍ୱର୍ଣ୍ଣ ପଦକ ଏବଂ ହାଇ ଜମ୍ପରେ ମାରିୟପ୍ପନ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶୁଟିଂରେ ସିଂହରାଜ ଏବଂ ହାଇ ଜମ୍ପରେ ଶରଦ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି ।

Related posts

ଆଜି ଲଢ଼ିବେ ଭାରତ-ପାକିସ୍ତାନ : ଅପରାହ୍ନ ଗୋଟାଏ ୩୦ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ

mahabharatanews

ଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews