ଓଡିଶାବିଶ୍ୱ

ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ,ଡାକୋଟା ବିମାନର କରିବେ ପରିଦର୍ଶନ

ଭୁବନେଶ୍ୱର: ଓଡ଼ିଶା ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତି।ଓଡିଶାରେ ତାଙ୍କର ତିନିଦିନିଆ କାର୍ଯ୍ୟକ୍ରମ ରହିଛି । ତାଙ୍କ ସହ ଆସୁଛନ୍ତି କୋଲାକାତାରେ ଅବସ୍ଥାପିତ ଇଣ୍ଡୋନେସିଆ କନସୁଲ୍ ମହେଶ ଶର୍ମା ଓ ରାଷ୍ଟ୍ରଦୂତ କାର୍ୟ୍ୟାଳୟର ଦୁଇଜଣ ଅଧିକାରୀ । ଆଜି ରାତି ୮ଟାରେ ଭୁବନେଶ୍ବର ପହଞ୍ଚିବା କାର୍ୟ୍ୟକ୍ରମ ରହିଥିବା ବେଳେ ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ ।ପରେ ଅପରାହ୍ନ ୩ଟା ୩୦ରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଓ କନସୁଲ୍ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଲୋକସେବା ଭବନରେ ଭେଟିବା ପାଇଁ ସମୟ ଧାର୍ୟ୍ୟ କରାଯାଇଛି । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗସ୍ତ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା ପରିଦର୍ଶନରେ ଯିବେ । । ୨୯ ତାରିଖ ଅପରାହ୍ନ ୧.୧୫ ମିନିଟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ୟ୍ୟକ୍ରମ ରହିଛି ।

Related posts

କାମ କରୁଥିବା ବେଳେ ଭୁଶୁଡିଲା ପୋଲ, ୨ଶ୍ରମିକ ମୃତ

mahabharatanews

ମଣିଷଖିଆ କୁମ୍ଭୀରଙ୍କ ଉତ୍ପାତ; ଉଦ୍ଧାର ହେଲା ବାବାଙ୍କ ମୁଣ୍ଡ 

mahabharatanews

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

mahabharatanews