ଓଡିଶାଭାରତସ୍ୱାସ୍ଥ୍ୟ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ନିଜକୁ ଫିଟ ରଖିବା ପାଇଁ ସମସ୍ତେ ଚାହୁଁଛନ୍ତି । ତେବେ ଅନିୟମିତ ହେତୁ ଆଜିକାଲି ବିଭନ୍ନ ପ୍ରକାରର ରୋଗ ସାମ୍ନାକୁ ଆସୁଛି  । କିନ୍ତୁ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଆମକୁ ନିଜକୁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ସହ ଯୋଗ ଅଭ୍ୟାସ କରିବା ପାଇଁ ପଡିବ । ତେବେ ଯାଇ ଆମେ ସୁସ୍ଥ ଜୀବନ ବିତେଇପାରିବ । ଯୋଗର ଆଠଗୋଟି ଅଙ୍ଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ସେଗୁଡିକ ହେଲା – ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି । ଏଥିରେ ଯେଉଁ ଆସନ ଓ ପ୍ରାଣାୟମ କଥା କୁହାଯାଇଛି ଯାହା ସାଧାରଣ ଆଜିକାଲି ଆମେ ବିଭିନ୍ନ ସ୍ଥାନରେ ଦେଖିବାକୁ ପାଇଥାଉ ।

 

ଯୋଗ ଦ୍ୱାରା ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ କରିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ହୋଇଥାଏ । ଯୋଗ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଅନୁଭବ ସୃଷ୍ଟି ହୋଇଥାଏ ।ଆସନ ଓ ପ୍ରାଣାୟାମ ଦ୍ୱାରା ରକ୍ତଚାପ ସନ୍ତୁଳିତ ହୋଇଥାଏ ।

 

Related posts

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ ; ସୁନ୍ଦରଗଡ଼ରେ ସଂଖ୍ୟା ୨୭୨କୁ ବୃଦ୍ଧି

mahabharatanews

ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ: ଦାନର ତିନୋଟି ବିଧି

mahabharatanews