ମାହାଙ୍ଗା: ପାଞ୍ଚ ଜଣଙ୍କ ମଡର କରୁଥିବା ଶିବ ,ଏବେ ଜେଲରେ । ସବୁବେଳେ ପୋଲିସ ଆଗରେ କରୁଥିଲା ଅଭିନୟ । ସମ୍ପତି ପାଇଁ ହତ୍ୟା କରିବାକୁ ପଛେଇ ନ ଥିଲା ଶିବ । ନିଜ ବଡ ଭାଇ ପରିବାରର ମୃତ୍ୟୁର ଶର୍ଯ୍ୟାରେ ଶୁଆି ଦେଇଥିଲା ଶିବ । ଆଉ ନିଜ ମୁହଁରେ ମାନିଥିଲା ସତ । ରିମାଣ୍ଡରେ ନେବା ପରେ ପେଶିଥିଲା ଚେତା ।ଯାହା ପାଇଁ ପୋଲିସ ସମ୍ନାରେ କରୁଥିଲା ଅଜବ ଗଜବ ବାହାନା । କେତେବେଳେ ଏଇଟା ଖାଇବି ସେଇବା ଖାଇବି କହି ପୋଲିସର ମୁଣ୍ଡ ଖରାପ କରୁଥିଲା ଶିବ । କାରଣ ସେ ଭାବୁଥିଲା ମୁଁ ଏମିତି କଲେ ମୋତେ ଜେଲରୁ ମୁକ୍ତି ମିଳିଯିବ ।
କିନ୍ତୁ ଏତେ ବଡ ଅପରାଧ କରି ଖସିଯିବା ଏତେ ସହଜ ନୁହେଁ । ଗୋଟିଏ ପରିବାରର ୫ ଜଣଙ୍କୁ ମାରିଦେବା ପରେ ବି ଅଭିଯୁକ୍ତ ଶିବ ମୁଣ୍ଡରୁ ଉତୁରିନି ସମ୍ପତି ନିଶା । ସେପଟେ ଏବେବି ଅଭିଯୁକ୍ତ ଶିବ ଉପରେ ବିଶ୍ୱା କରି ପାରୁନି ପୋଲିସ । ଏକାକୀ କେମିତି ୫ ଜଣଙ୍କୁ ମାରିଲା , ତାହା ପୋଲିସ ପଚାରି ପଚାରି ନୟାନ୍ତ ହୋଇଯାଇଥିଲେ ମଦ୍ୟ ସତ କଣ ପଦାକୁ ଆସିପାରିନି ନାହିଁ । କିଏ ସେ ଶିବଙ୍କୁ ଉସାକାଉଥିଲେ ? କାରଣ ସମ୍ପତି ପାଇଁ ଭାଇ ଭାଇ ମଧ୍ୟରେ ଝଗଡା ଲାଗିଥାଏ, ଏବଂ ଗାଁ ଲୋକଙ୍କ ମାଧ୍ୟମରେ ସମାଧାନ ହୋଇଛି ।
କିନ୍ତୁ ଶିବର ମୁଣ୍ଡରେ ଚଢିଥିଲା ସଂମ୍ପତିକୁ ଉପଭୋଗ କରିବାର ନିଶା । ପ୍ରେତ୍ୟକ ଦିନ ସୁଯୋଗ ଖୋଜୁ ଖୋଜୁ ଦିନେ କାଳ ଆସି ଶିବ ମୁଣ୍ଡରେ ,ପଶିଲା ,ଏହା ପରେ ଉଲଗ୍ନ ହୋଇ ଜଣଙ୍କ ପରେ ଜଣଙ୍କୁ ହାଣି ପକାଇଲା । ତେବେ ହତ୍ୟାର ମାଷ୍ଟର ମାଇଣ୍ଡ ବାହାରେ ବୁଲୁନି ତ । ତେବେ ପୋଲିସର ତଦନ୍ତ କଣ ହେଉଛି କଣ ନହେଉଛି ସେକଥା କହିପାରିବେନି କହିଛନ୍ତି ଅଭିଯୁକ୍ତ ଶିବର ଗ୍ରାମବାସୀ । ତେବେ ପଡୋଶୀ ପିଲାଙ୍କ ଚିତ୍କାର କେମିତି ଶୁଣୀପାରିଲେନି ବୋଲି ପ୍ରଶ୍ନ ଆସିଛି । କିଏ ବୋଧେ ଶିବ ସହିତ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ଦର୍ଶକ ବନ୍ଧୁ ମାହାଙ୍ଗା କୁସୁପୁର ହତ୍ୟା ଏବେବି ରହସ୍ୟରେ । କାରଣ ଶିବ ଏକାକୀ ୫ ଜଣଙ୍କୁ ମାରିନଥିବା ସନ୍ଦେହ କରାଯାଉଛି । ତେବେ ସେମାନେ କିଏ ପୋଲିସର ଖୋଜିବା ଦାୟିତ୍ୱ । କିନ୍ତୁ ଏବେ ପୋଲିସର ତଦନ୍ତ ଶୀଥଳତା ପଡିଛି । କାରଣ ଶିବ ମାନି ସାରିଛି ମୁଁ ହିଁ ଏକାକୀ ମାରିଛି । ଶିବ ଭାବିଛି ଏବେ କରିବ ପାଗଳର ଅଭିନୟ ଯାହା ପାଇଁ ଜେଲରୁ ବାହାରି ସମ୍ପିତିକୁ ଉପଭୋଗ କରିବାର ସ୍ୱପ୍ନ ତାଙ୍କ ଦେଖାଗଲାଣୀ ।ତେବେ ଏ ନେଇ ପୋଲିସର ସୂଚନା ମିଳିନାହିଁ ।
