(ଦିଲ୍ଲୀ) : ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳ ସଫ୍ଟ ଲ୍ୟାଣ୍ତିଂ କରିଛି । ଏହା ପରଠୁ ଇସ୍ରୋ ଚନ୍ଦ୍ରକୁ ନେଇ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛି । ନିକଟରେ ISRO ସୂଚନା ଦେଇଥିବା ଯେ, ଚନ୍ଦ୍ରରେ ଅମ୍ଳଜାନ, ଗନ୍ଧକ ସମେତ ଅନେକ ଉପାଦାନ ଭରି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଗଷ୍ଟ ୨୬ ତାରିଖରେ ଚନ୍ଦ୍ରରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ ।
Chandrayaan-3 Mission:
In-situ Scientific ExperimentsAnother instrument onboard the Rover confirms the presence of Sulphur (S) in the region, through another technique.
The Alpha Particle X-ray Spectroscope (APXS) has detected S, as well as other minor elements.
This… pic.twitter.com/lkZtz7IVSY
— ISRO (@isro) August 31, 2023
ସୂଚନାନୁଯାୟୀ , ଚନ୍ଦ୍ରରେ ଭୂମିକମ୍ପ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଲ୍ୟାଣ୍ତର ପେଲୋଡ୍ ଜରିଆରେ ସାମ୍ନାକୁ ଆସିଛି ଗ୍ରାଫ୍ ଯେଉଁଥିରେ ଚନ୍ଦ୍ରରେ କମ୍ପନ ସୃଷ୍ଟି ହୋଇଥିବା ନେଇ ସଙ୍କେତ ମିଳିଛି । ବିକ୍ରମ ଲ୍ୟାଣ୍ତରରେ ଏପରି ଉପକରଣ ଲଗାଯାଇଛି, ଯାହା ଚନ୍ଦ୍ରରେ ହେଉଥିବା କମ୍ପନର ଗତିବିଧି ରେକର୍ଡ କରି କରିବାରେ ସକ୍ଷମ । ପ୍ରାକୃତି ପ୍ରକ୍ରିୟା ଘଟିଥିବା ନେଇ ଆଇଏଲଏସଏ ସୂଚନା ଦେବା ପରେ ଇସ୍ରୋ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି ।
