ଓଡିଶା

ସରୁନି ଟଙ୍କାର ମହାପର୍ବତ

(ଭୁବନେଶ୍ୱର) : ଟଙ୍କା  ମଦ ସାମ୍ରାଜ୍ୟରେ ଏହା ମହାପର୍ବତ  । ଯେତେ ଖୋଳିଲେ ସେତେ ବାହାରୁଛି । ଏତେ ପରିମାଣର ଟଙ୍କା ଯେ, ଗଣି ଗଣି ମେସିନ୍ ବି ଥକି ଗଲାଣି । ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟିରେ ଆଜି ବି ଜାରି ରହିଛି ଆୟକର ବିଭାଗ ରେଡ୍ । ଆୟକର ବିଭାଗର ରେଡ୍ ପଞ୍ଚମ ଦିନରେ ମଧ୍ୟ ଚାଲିଛି ।

ସୂଚନାନୁଯାୟୀ , ରେଡ୍ ପରଠୁ ଏପର୍ଯ୍ୟନ୍ତ ମିଳିଲାଣି ୧୬୦କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । ୧୦୫ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି ୧୬୦କୋଟି ଟଙ୍କା ମିଳିଥିବା ଜଣାପଡିଛି । ଆଜି ପୁଣି ଆଉ ୭୧ଟି ବ୍ୟାଗରେ ଥିବା ଟଙ୍କା ଗଣତି ଆରମ୍ଭ ହେବ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।

Related posts

ବିଦ୍ୟୁତ ଆଘାତରେ ଜଣେ ମୃତ

mahabharatanews

ବିଧାୟକ କରୋନା ସଂକ୍ରମିତ

mahabharatanews

ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ

mahabharatanews