Uncategorized

ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ଜୟା କିଶୋରୀ

ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ସାକ୍ଷାତ କଲେ ଜୟା କିଶୋରୀ । ପ୍ରେମାନନ୍ଦ ମହାରାଜଙ୍କ ଠାରୁ ଜୟା ପାଇଲେ ଦିବ୍ୟ ଆଶୀର୍ବାଦ । ଆଧ୍ୟାତ୍ମିକ ଜଗତର ଦୁଇ ପ୍ରମୁଖ ଚେହେରା ହେଉଛନ୍ତି ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜ ଏବଂ ପ୍ରସିଦ୍ଧ କଥାବାଚକ ତଥା ଭଜନ ଗାୟିକା ଜୟା କିଶୋରୀଙ୍କ ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ‘ରାଧା କେଲି କୁଞ୍ଜ’ରେ ଜୟା କିଶୋରୀ ପହଞ୍ଚି ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ସାକ୍ଷାତ ସମୟରେ ଦୁଇ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେବାରେ ଲାଗିଛି । ମୂଲ୍ୟବାନ ଚିନ୍ତାଧାରା ସହିତ ଲୋକମାନଙ୍କୁ ପ୍ରେମାନନ୍ଦ ମହାରାଜ ମାର୍ଗଦର୍ଶନ କରନ୍ତି । ବହୁ ଦୂରାଦୂରାନ୍ତରୁ ଲେଶକମାନେ ବୃନ୍ଦାବନର ଆଶ୍ରମକୁ ଆସନ୍ତି । ସେହିପରି ଜୟା କିଶୋରୀ ଆଶ୍ରମରେ ପହଞ୍ଚି ଭଗବାନଙ୍କ ଚରଣରେ ପ୍ରଣାମ କରିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେଇଥିଲେ । ଜୟା କିଶୋରୀଙ୍କୁ ଦେଖି ମହାରାଜ ସ୍ମିତ ହାସ୍ୟ ଦେଇ କହିଥିଲେ, “ଭଗବାନଙ୍କ ନାମ ଜପ କର ଏବଂ ତାଙ୍କର ଧ୍ୟାନ କର । ଏହା ପ୍ରତ୍ୟେକ ଜୀବର ଅଧିକାର।”
ପ୍ରେମାନନ୍ଦ ମହାରାଜ ଜୟା କିଶୋରୀଙ୍କୁ ଭଗବତ ଗୀତାର ଏକ ଶ୍ଳୋକ ମାଧ୍ୟମରେ ଭକ୍ତିର ମାର୍ଗ ବୁଝାଇଥିଲେ । ସେ କହିଥିଲେ ଯେ ଯେଉଁ ଭକ୍ତ ନିଜର ମନ ଓ ପ୍ରାଣକୁ ଭଗବାନଙ୍କୁ ସମର୍ପଣ କରିଦିଏ ଏବଂ ନିରନ୍ତର ତାଙ୍କର ଚର୍ଚ୍ଚା କରେ, ସେ ହିଁ ପ୍ରକୃତ ସୁଖ ଲାଭ କରେ । ମହାରାଜ ଆହୁରି ମଧ୍ୟ କହିଥିଲେ ଯେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ, ଯଦି କେହି ନିଷ୍କପଟ ଭାବରେ ଭକ୍ତି କରେ, ସେ ଭଗବାନଙ୍କର ଅତି ପ୍ରିୟ ହୋଇଥାଏ । ସାକ୍ଷାତର ଶେଷରେ ପ୍ରେମାନନ୍ଦ ମହାରାଜ ଜୟା କିଶୋରୀଙ୍କୁ ଉପଦେଶ ଦେଇ କହିଥିଲେ, “ଭଗବାନଙ୍କ ନାମ ଜପ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ , ଏହା ହିଁ ସବୁଠାରୁ ଶ୍ରେଷ୍ଠ ସେବା ।”

Related posts

ଆସାମ ତୈଳକୂପରେ ବିସ୍ଫୋରଣ: ୩ ବିଶେଷଜ୍ଞ ଗୁରୁତର

mahabharatanews

ଭାରତ ମହାସାଗରରେ ଚୀନର ଯୁଦ୍ଧ ଜାହାଜ ମୁତୟନ

mahabharatanews

ମହାରାଷ୍ଟ୍ର ଯାଉଥିଲେ ଏହି ସ୍ଥାନ କରନ୍ତୁ ପରିକ୍ରମା

mahabharatanews

Leave a Comment