ରାଜନୀତି

ଝାଡଖଣ୍ଡ ବିଧାନସଭା ନିର୍ବାଚନ : ୫୧ ସିଟରେ ଆଗୁଆ ଇଣ୍ଡିଆ ମେଣ୍ଟ

ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ବଡ ଟ୍ୱିଷ୍ଟି ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡି ମେଣ୍ଟକୁ ପଛରେ ପକାଇ ଆଗେଇ ଚାଲିଛି ଇଣ୍ଡି ମେଣ୍ଟ । ଇଣ୍ଡିଆ ବ୍ଲକ ମ୍ୟାଜିକ ନଂ ପାର କରି ୫୧ଟି ଆସନରେ ଆଗରେ ରହିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା ପରେ ବିଜେପି ଲିଡରେ ରହିଥିଲା କିନ୍ତୁ ପରବର୍ତ୍ତି ସମୟରେ ଶାସକ ଜେଏମମ କମ ବ୍ୟାକ କରି ଇଣ୍ଡି ମେଣ୍ଟକୁ ଦୁଢ ସ୍ଥିତିରେ ପହଞ୍ଚାଇଛି । ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର କରିଛି । ଏହି ମେଣ୍ଟ ୫୧ ସିଟରେ ଆଗୁଆ ଥିବା ବେଳେ ଏନଡିଏ ମେଣ୍ଟ ୨୮ ଏବଂ ଅନ୍ୟ ୩ଟି ସିଟରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର୍ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସେଠାରେ କ୍ଷମତା ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଭାଜପା ପୁଣିଥରେ କ୍ଷମତାକୁ ଫେରିବା ନେଇ ଆଣାବାଦୀ ରହିଛି ।

Related posts

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews

IPU ଉପସଭାପତି ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

mahabharatanews

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

mahabharatanews