ଭାରତ

ଜେଲ୍‌ ଗଲେ କେ. କବିତା

(ଦିଲ୍ଲୀ) : ଜେଲ୍‌ ଗଲେ କେ. କବିତା । ବିଚାର ବିଭାଗୀୟ ହାଜତକୁ ଗଲେ BRS ନେତ୍ରୀ କେ. କବିତା । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ । ଏପ୍ରିଲ ୧ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦ ନୀତି ସ୍କାମ୍‌ ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂଚନାନୁଯାୟୀ , କେ କବିତାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ୧୫ ତାରିଖରେ କେ କବିତାଙ୍କୁ ଗିରଫ କରିଥିଲା। ତା’ପରେ ତାଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା ଇଡି। ଗତ ସପ୍ତାହରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ । ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ ସେ କ୍ଷମତାସୀନ ଆପର ବରିଷ୍ଠ ନେତାମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

Related posts

ପୁଣି ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ

mahabharatanews

ଆମ୍ବୁଲାନ୍ସକୁ ପିଟିଲା ଟ୍ରେନ

mahabharatanews

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ

mahabharatanews