ଭାରତ

କେ କବିତାଙ୍କୁ ଜାମିନ ମନା

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ ତଥା ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଶୁକ୍ରବାର ଦିନ କବିତାଙ୍କୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ କବିତା ନିମ୍ନ ଅଦାଲତକୁ ଯାଇ ଜାମିନ ପାଇଁ ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରିପାରିବେ।

ସୂଚନାନୁଯାୟୀ , ଯଦି ଜାମିନ ଆବେଦନ କରାଯାଏ, ତେବେ ଏହାକୁ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ ସୁନ୍ଦରେଶ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ବେଞ୍ଚ ଏହି ମାମଲାରେ ସମସ୍ତଙ୍କ ପାଇଁ ସମାନ ନୀତି ଅନୁସରଣ କରିବାକୁ ପଡ଼ିବ ଏବଂ ସେମାନଙ୍କୁ ଜାମିନ ପାଇଁ ସିଧାସଳଖ ସୁପ୍ରିମକୋର୍ଟକୁ ଆସିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ଗିରଫ ପରେ ଇଡି ଟିମ୍ କବିତାଙ୍କୁ ହାଇଦ୍ରାବାଦରୁ ଦିଲ୍ଲୀ ଆଣିଥିଲେ ଯେଉଁଠାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ କେ କବିତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ କବିତାଙ୍କୁ ଇଡି ହେପାଜତକୁ ପଠାଯାଇଛି।

Related posts

ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

mahabharatanews

 ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ; ପାଇପ ଯୋଗେ ଦିଆଯାଉଛି ଅକ୍ସିଜେନ୍

mahabharatanews

ଚନ୍ଦ୍ରରେ କମ୍ପନ, ଗତିବିଧି ରେକର୍ଡ

mahabharatanews