ଓଡିଶା

ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ସୁବର୍ଣପୁର / ଓମ ପ୍ରକାଶ  ମିଶ୍ର  :  ସୁବର୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ପାଇଁ ଆଜି ଭବ୍ୟ କଳଶ ଓ ସାଂସ୍କୃତିକ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରି ଜଗନ୍ନାଥ ପୋଖରୀରୁ କଳଶ ବୋହି ଶୋଭାଯାତ୍ରା ରେ ବାହାରିଥିଲେ । ଯଥାବି]ô ଦେବ ନିମନ୍ତ୍ରଣ, କର୍ଷା କର୍ମୀଙ୍କ ସଂକଳ୍ପ ଧାରଣ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୧୫୧ଜଣ ମହିଳା କଳଶ ଶୋଭାଯାତ୍ରାରେ ବାହାରି ନାମ ମଣ୍ଡପ, ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଏଥିପାଇଁ ଆଜି ପାତାଳୀ ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହୋଇଥିଲା। ଆସନ୍ତାକାଲି ଠାରୁ ୫୬ପ୍ରହରୀ ନାମଯଜ୍ଞ, ଭାଗବତ ସପ୍ତାହ ପାରାୟଣ ଓ ଘୃତଯଜ୍ଞ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୭ରେ ମହୋତ୍ସବ ପୂର୍ଣାହୁତି ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

Related posts

ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା କଲେ, ଚାଲିଗଲା ଜୀବନ

mahabharatanews

ହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫ

mahabharatanews

କମିଲା ପିଆଜ ଦର

mahabharatanews