ମନୋରଞ୍ଜନ

ମା କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା

(ମୁମ୍ବାଇ) :  ଲଗାତାର ଭାବେ ବିଭିନ୍ନ ଧାର୍ମିକ ସ୍ଥାନ ଯାଇ ଚର୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ କାମାକ୍ଷାଙ୍କ ଦର୍ଶନ କରିଥିଲେ। ଯାହାର ଫଟୋ ସେ ତାଙ୍କର ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ସୂଚନାନୁଯାୟୀ , ତେବେ ସେ ବୁଧବାର ସକାଳେ ମନ୍ଦିରରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ସେ ଏକ ପର୍ପଲ ରଙ୍ଗର ଅନାରକଲି ସୁଟ ସହ ଏକ ନାଲି ରଙ୍ଗର ସ୍କାର୍ଫ ପିନ୍ଧି କପାଳରେ ଟିକା ଏବଂ ବେକରେ ଫୁଲମାଳ ପିନ୍ଧିଥିବା ନଜର ଆସିଛନ୍ତି। ତେବେ ସେ ଏହି ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି, ‘କାମାକ୍ଷା ମାଆଙ୍କ ମନ୍ଦିରକୁ ଯାଆନ୍ତୁ… ଏହି ମନ୍ଦିରରେ ଜଗତ ଜନନୀ ମାଆଙ୍କୁ ଯୋନି ରୂପରେ ପୂଜା କରାଯାଏ। ଏହା ହେଉଛି ମାଆଙ୍କ ଶକ୍ତିର ମହାନ ରୂପ ଯେଉଁଠାରେ ମାଆଙ୍କୁ ମାଂସ ଏବଂ ବଳି ଭୋଗ ଅର୍ପଣ କରାଯାଇ ଥାଏ, ଏହି ପବିତ୍ର ସ୍ଥାନ ଏକ ଶକ୍ତିପୀଠ … ଯେଉଁଠି ଶକ୍ତିର ଅଦ୍ଭୁତ ସଞ୍ଚାର ହେଉଛି… ଯଦି ଆପଣ କେବେ ଗୁଆହାଟୀ ଆସନ୍ତି, ତେବେ ନିଶ୍ଚୟ ଦର୍ଶନ କରନ୍ତୁ… ଜୟ ମାଆ।

 

 

Related posts

ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ କଙ୍ଗନା ରଣାୱତ୍ ଓ ସାଉଥର ବିଜୟ ସେତୁପତି

mahabharatanews

୧୧ରେ ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

mahabharatanews