ଭାରତରାଜନୀତି

ଆସନ୍ତା ୧୦ ରେ କର୍ଣ୍ଣାଟକ ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ୧୦ ରେ ହେବ କର୍ଣ୍ଣାଟକ ନିର୍ବାଚନ । କର୍ଣ୍ଣାଟକ ନିର୍ବାଚନ ୨୦୨୩ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଅର୍ଥାତ ଏପ୍ରିଲ ୧୯ ରେ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜେପି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଅଛନ୍ତି। ଆଗାମୀ ଦିନରେ ବିଜେପି ପାଇଁ ପ୍ରଚାର କରୁଥିବା ଅନ୍ୟ ୪୦ ତାରକା ପ୍ରଚାରକଙ୍କ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ, ଦଳର ସଭାପତି ଜେପି ନଡ୍ଡା , ଭେଟେରାନ ନେତା ବିଏସ ୟେଡିୟୁରପ୍ପା ଏବଂ ନାଲିନ କୁମାର କେଟେଲ ଅଛନ୍ତି। କହି ରଖୁଛୁ ଯେ ଏହି ସମସ୍ତ ନେତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ। ସେମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ। ଏହା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।
ଆସନ୍ତା ୧୦ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦିନ ୧୦ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତୃତୀୟ ତାଲିକାରେ ଦଳ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବାଲିଙ୍କ ପତ୍ନୀ ମଞ୍ଜୁଲା ଅରବିନ୍ଦ ଲିମ୍ବାବାଲିଙ୍କୁ ମହାଦେବପୁରାରୁ ସ୍ଥାନ ଦେଇଛନ୍ତି। ଭୋଟ୍ ଗଣନା ମେ ୧୩ ରେ ହେବ। ମଙ୍ଗଳବାର ଦିନ ଦଳ ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ବରିଷ୍ଠ ନେତା ତଥା ପୂର୍ବତନ ସିଏମ୍ ଜଗଦୀଶ ଶେଟ୍ଟରଙ୍କୁ ମଧ୍ୟ ଟିକେଟ୍ ପ୍ରତ୍ୟାଖ୍ୟାନ କରିଛି। ତେବେ ଗୋଟିଏ ପର୍ୟ୍ୟାୟରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୧୦ ରେ ମତଦାନ ହେବ ଏବଂ ଗଣନା ୧୩ ମେ ରେ ହେବ । କର୍ଣ୍ଣାଟକରେ ୫.୨୧ କୋଟି ଭୋଟର ଅଛନ୍ତି। ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨.୬ କୋଟି ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨.୫ କୋଟି।

Related posts

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

mahabharatanews