ମନୋରଞ୍ଜନ

ଚଳଚ୍ଚିତ୍ର ‘Bhool Bhulaiyaa 3’ର ସୁଟିଂ ଆରମ୍ଭ

(ମୁମ୍ବାଇ) : ବଲିଉଡ ଚକୋଲେଟ୍ ବଏ କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Bhool Bhulaiyaa 3’ର ସୁଟିଂ ଆରମ୍ଭ ହୋଇଯାଇଛି । ନିକଟରେ କାର୍ତ୍ତିକ ଆର୍ଯ୍ୟନ ‘Bhool Bhulaiyaa 3’ସେଟରୁ ଏକ ନୂଆ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହ ଅଭିନେତ୍ରୀ ଆନିମଲ ଫିଲ୍ମର ଅଭିନେତ୍ରୀ Tripti Dimriଙ୍କୁ ମଧ୍ୟ ଦେଖିବା ପାଇଁ ମିଳୁଛି ।

ସୂଚନାନୁଯାୟୀ , ଭାଇରାଲ ହେଉଥିବା ଏହି ଫଟୋରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ରୁହୁ ବାବା ଲୁକରେ ଦେଖିବା ପାଇଁ ମିଳୁଛି ଏବଂ ତାଙ୍କ ସହ ଆନିମଲ୍ ଫିଲ୍ମର ଅଭିନେତ୍ରୀ ତ୍ରିପତି ଡିମରି ନଜର ଆସୁଛନ୍ତି । ହେଲେ ଏହି ଫଟୋରେ ଅଭିନେତ୍ରୀଙ୍କ ପୁରା ମୁହଁ ଦେଖିବା ପାଇଁ ମିଳୁ ନାହିଁ । ତେବେ ଏହି ଫଟୋ ସେୟାର କରି କାର୍ତ୍ତିକ ଲେଖିଛନ୍ତି, ଟିଙ୍ଗ୍ ଟିଙ୍ଗ୍ ଟିଙ୍ଗ୍ ଆମେ ‘Bhool Bhulaiyaa 3’ର ପ୍ରଥମ ପର୍ଯ୍ୟାୟର ସୁଟିଂ ଶେଷ କରିଛୁ । ଏହି ଫଟୋର ବିଜିରେ ଫିଲ୍ମର ଟାଇଟଲ୍ ସଂଗର ଧୂନ୍ ମଧ୍ୟ ଶୁଣିବା ପାଇଁ ମିଳୁଛି ।

Related posts

‘ଇଣ୍ତିଆନ୍ସ ପୋଲିସ୍ ଫୋର୍ସ’ ର ଟ୍ରେଲର ରିଲିଜ୍

mahabharatanews

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews

‘ଆଦିପୁରୁଷ’କୁ କଟାକ୍ଷ ‘ହିନ୍ଦୁଙ୍କ ଭିତରେ ଏକତା ଦେଖି ପାରୁନାହିଁ’:ଶକ୍ତିମାନ

mahabharatanews