ଭାରତମନୋରଞ୍ଜନ

ବକ୍ସ ଅଫିସରେ ରେକର୍ଡ କରୁଛି କାଶ୍ମୀର ଫାଇଲ୍ସ,

ମୁମ୍ବାଇ: ଫିଲ୍ମ ଦ କାଶ୍ମୀର ଫାଇଲ୍ସ କୁ ନେଇ ବର୍ତ୍ତମାନ ଦେଶ ବିଦେଶରେ ଚର୍ଚ୍ଚା । ଅନେକ ଏହି ଫିଲ୍ମକୁ ବିରୋଧ କରୁଥିବା ବେଳେ କିଛି ଏହା ସପକ୍ଷରେ ମତ ଦେଇଛନ୍ତି । ଦିନକୁ ଦିନ କାଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି । ଏହି ଫିଲ୍ମଟି ରିଲିଜ ହେବାର ପ୍ରାୟ ଦେଢ ସପ୍ତାହ ଭିତରେ ୧୫୦ କୋଟି କଲେକ୍ସନ କରିବାକୁ ଯାଉଛି । ଏପର୍ଯ୍ୟନ୍ତ ଫିଲ୍ମଟିର ମୋଟ ସଂଗ୍ରହ ୧୪୧ କୋଟି ୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଆଜି ୧୧ଦିନରେ ଫିଲ୍ମଟି, କେବଳ ଭାରତୀୟ ବକ୍ସ ଅଫିସରେ ୨୮ ରୁ ୩୦ କୋଟି ମଧ୍ୟରେ ବ୍ୟବସାୟ କରିବାରେ ସଫଳ ହେବାର ଏକ ଦୃଢ ସମ୍ଭାବନା ରହିଛି । କିନ୍ତୁ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଭାରତରେ ରିଲିଜ ହୋଇ ନାହିଁ । ତେବେ ଉତ୍ତର ଭାରତରେ ଏହାର ଜବରଦସ୍ତ ସଫଳତା ଦେଖି ନିର୍ମାତା ମାନେ ତାମିଲ ,ତେଲୁଗୁ ଓ ମାଲାୟଲମ୍ ଭାଷାରେ ଡବିଂ ଆରମ୍ଭ କରିଦେଇଛନ୍ତି ଏବଂ ଫିଲ୍ମଟି ଖୁବ୍ ଶ୍ରୀଘ୍ର ଦକ୍ଷିଣ ଭାରତରେ ମଧ୍ୟ ରିଲିଜ ହେବାକୁ ଯାଉଛି ।

ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମଟି ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସା ପାଉଥିବା ବେଳେ ଏହାକୁ ନେଇ ଅନେକ ବିବାଦ ମଧ୍ୟ ଲାଗି ରହିଛି । ୧୯୯୦ ମସିହାରେ କାଶ୍ମୀରୀ ପଣ୍ଡିତଙ୍କ ପ୍ରତି ହୋଇଥିବା ଅନ୍ୟାୟର କାହାଣୀ ବର୍ଣ୍ଣନା କରୁଥିବା ଏହି ଫିଲ୍ମ ବିଷୟରେ ଜଣେ ଆଇଏଏସ୍ ଅଧିକାରୀ ତାଙ୍କ ନିଜର ମତ ପ୍ରକାଶ କରି ଏମିତି କିଛି କହିଛନ୍ତି ଯାହାକୁ ନେଇ ଏବେ ନୂତନ ବିବାଦ ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶର ଆଇଏଏସ୍ ଅଧିକାରୀ ନିଆଜ ଖାନ ଏକ ଟ୍ୱିଟ ଜରିଆରେ କହିଛନ୍ତି,ଏହି ଫିଲ୍ମର ନିର୍ମାତାମାନେ ଦେଶରେ ମୁସଲମାନଙ୍କ ହତ୍ୟା ଉପରେ ଏକ ଚଲଚ୍ଚିତ୍ର ମଧ୍ୟ କରିବା ଉଚିତ । ସେ ମୁସଲମାନଙ୍କ ହତ୍ୟା ବିଷୟରେ ମଧ୍ୟ ଏକ ଫିଲ୍ମ କରି ଭାରତୀୟ ସମ୍ମୁଖକୁ ଆଣିବାକୁ ଚାହୁଁଛନ୍ତି । କାଶ୍ମୀରୀ ଫାଇଲ୍ସ ପରି ଜଣେ ଚଲଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ଏହି ଫିଲ୍ମ ହେବା ସହିତ ଅଳ୍ପ ସଂଖ୍ୟାଲଘୁଙ୍କ ଯନ୍ତ୍ରଣା ଅନୁଭବ ହୋଇପାରିବ ।

Related posts

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

mahabharatanews

୨୧ରେ ଆସୁଛି ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ଟି ସ୍କୁଲ ରଦ୍ଦ ସହ ୩ଟି ଡାଉନଗ୍ରେଡ୍ 

mahabharatanews