ଭାରତ

ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀଙ୍କୁ ଭେଟିଲେ ମୋଦୀ

(ଦିଲ୍ଲୀ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୁର ମହାରାଜା କଲେଜ ଗ୍ରାଉଣ୍ଡରେ ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଭେଟିଥିଲେ।

ସୂଚନାନୁଯାୟୀ , ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯେଉଁଥିରେ ଶିଳ୍ପୀ ଅରୁଣ ମୋଦୀଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳୁଛି। ମୋଦୀ ବି ଅରୁଣଙ୍କୁ ପ୍ରତିପ୍ରଣାମ ଜଣାଇଥିଲେ। ଏଥିସହିତ ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ତିଆରି କରିବାର ପ୍ରତିଭା ପାଇଁ ଅରୁଣଙ୍କୁ ପ୍ରଶଂସା କରିଥି‌ଲେ। ଚଳିତବର୍ଷ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହୋଇଥିଲା। ରାମମନ୍ଦିରରେ ପ୍ରଭୁ ରାମଲଲ୍ଲାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ହେବାପରେ ଭଗବାନଙ୍କ ଆକର୍ଷଣୀୟ ମୂର୍ତ୍ତିକୁ ଦେଖିବାର ସମସ୍ତେ ସୁଯୋଗ ପାଇଥିଲେ।

Related posts

ଜେଲ ଗଲେ ହେମନ୍ତ ସୋରେନ

mahabharatanews

ପୁଣି ୫୦ଟଙ୍କା ବଢିଲା ଗ୍ୟାସଦର

mahabharatanews

‘ତିରୁମାଲା ମନ୍ଦିରକୁ ଲାଠି ନେଇକି ଆସନ୍ତୁ’ : ମନ୍ଦିର ପ୍ରଶାସନ

mahabharatanews