ଓଡିଶା

ହାତୀ ଶାବକର ମୃତଦେହ ଉଦ୍ଧାର

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁମୁସିଙ୍ଗା ଠାରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ତୁମୁସିଙ୍ଗା ଖୁଦଖାଇ ନାଳ ନିକଟରେ ହାତୀ ଶାବକର ମୃତଦେହ ପଡିଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଛୁଆହାତୀର ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଛୁଆ ହାତୀର ବୟସ ଏକ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବ କେଉଁ କାରଣରୁ ହାତୀ ଶାବକର ମୃତ୍ୟୁ ହୋଇଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

Related posts

ଭିଜିଲାନ୍ସ ସରକାରର ହାତ ବାରିସି

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ 

mahabharatanews

ନିଆଁ ରେ ୪ ବଖରା ଜଳିଗଲା

mahabharatanews