ଓଡିଶା

ହାତୀ ଶାବକର ମୃତଦେହ ଉଦ୍ଧାର

(ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ତୁମୁସିଙ୍ଗା ଠାରେ ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ତୁମୁସିଙ୍ଗା ଖୁଦଖାଇ ନାଳ ନିକଟରେ ହାତୀ ଶାବକର ମୃତଦେହ ପଡିଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଛୁଆହାତୀର ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଛୁଆ ହାତୀର ବୟସ ଏକ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବ କେଉଁ କାରଣରୁ ହାତୀ ଶାବକର ମୃତ୍ୟୁ ହୋଇଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

Related posts

ବିହାର ଯିବାକୁ ପାଦ ଉପରେ ଆଶ୍ରା କଲେ ୨୦ଶ୍ରମିକ

mahabharatanews

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ଘଟଣା ;୪ ଜଣଙ୍କୁ ଅଟକ ରଖିଛି ପୋଲିସ

mahabharatanews

ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ

mahabharatanews