ଭାରତ

ଆତଙ୍କବାଦୀ ପରମଜିତକୁ ଗୁଳିକରି ହତ୍ୟା

(ଖଲିସ୍ତାନ) : ପାକିସ୍ତାନର ଲାହୋରରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱରକୁ ଗୁଳିକରି ହତ୍ୟା କରାଯାଇଛି। ବାଇକରେ ଆସି  ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁଳି ବାଜିବାରୁ ଘଟଣାସ୍ଥଳରେ ପଞ୍ଜୱରର ମୃତ୍ୟୁ ହୋଇଥିବା କୁହାଯାଉଛି।

 

ସୂଚନାନୁଯାୟୀ , ସେ ପାକିସ୍ତାନରେ ରହି ନିଜର ନାମ ବଦଳାଇ ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା। ଲାହୋରରେ ପରମଜିତ ସିଂହ ପଞ୍ଜୱରକୁ କିଛି ବାଇକ୍ ଆରୋହୀ ଟାର୍ଗେଟ କରିଥିଲେ। ଲାହୋରର ଜୌହର ସହରରେ ଥିବା ସନଫ୍ଲାଓ୍ବାର ସୋସାଇଟି ଭିତରେ ଏକ ମୋଟର ସାଇକେଲରେ ଆସି ଦୁର୍ବୃତ୍ତମାନେ ତାଙ୍କୁ ଅନେକ ଥର ଗୁଳି କରିଥିଲେ। ପଞ୍ଜୱର ଏକ ଆତଙ୍କବାଦୀ ସଂଗଠନ ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ୍)ର ନେତା ଥିଲା। ୯୦ ଦଶକରୁ ସେ ପାକିସ୍ତାନରେ ଆଶ୍ରୟ ନେଇଥିଲା ବୋଲି ଜଣାପଡିଛି ।

Related posts

କେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି

mahabharatanews

୧୩ରେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ

mahabharatanews

କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ପାଇଁ ମନାକଲେ ଦିଲ୍ଲୀକୋର୍ଟ

mahabharatanews