ଓଡିଶା

ଆସନ୍ତାକାଲି ପୁରୀ-ରାଉରକେଲା ଟ୍ରାଏଲ ରନ୍

(ପୁରୀ) : ପୁରୀ-ରାଉରକେଲା ମଧ୍ୟରେ ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୨୦ରେ ପୁରୀ-ରାଉରକେଲା ମଧ୍ୟରେ ଟ୍ରାଏଲ ରନ୍‌। ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ।

ସୂଚନାନୁଯାୟୀ, ପୁରୀ-ରାଉର‌କେଲା‌ ମଧ୍ୟରେ ମୋଟ ୧୦ଟି ଷ୍ଟେସନ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍‌ ନେବ। ଟ୍ରାଏଲ ରନ୍‌ ବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି।

 

Related posts

ସଞ୍ଜୟ ଓ ପ୍ରଣବଙ୍କ ନାମରେ ଏତଲା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ବରୀରେ ଅଭାବନୀୟ ଘଟଣା ଆମ୍ବୁଲାନ୍ସ ବଦଳେ ଟଲିରେ ବୁହାହେଲେ ପ୍ରସୂତି

mahabharatanews

ସତ୍ୟବାଦୀ ବ୍ଳକ ପ୍ରଶାସନ ସାବିତ୍ରୀ ବ୍ରତ ଯୋଗୁ ଲକଡାଉନ କୋହଳ

mahabharatanews