(ମୁମ୍ବାଇ) : ଶାହାରୁଖ ଖାନ ଦୀର୍ଘ ସମୟ ଧରି ଫିଲ୍ମ ଓ ସୋସିଆଲ ମିଡ଼ିଆଠୁ ନିଜକୁ ଦୁରେଇ ରଖିଥିଲେ । ତାଙ୍କୁ ପରଦାରେ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ସମୟରେ ଶାହାରୁଖ ଏକ ବଡ଼ ଖୁସି ଖବର ଦେଇଛନ୍ତି। କିଙ୍ଗ ଖାନ ନିଜ ଷ୍ଟାଇଲରେ ଓଟିଟି ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି।
ସୂଚନାନୁଯାୟୀ , ଶାହରୁଖ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଫଟୋ ରହିଛି। ଏହା ଉପରେ ଲେଖା ହୋଇଛି, ‘SRK + କମିଙ୍ଗ ସୁନ୍’। ଶାହାରୁଖ କ୍ୟାପସନରେ ଲେଖିଛନ୍ତି- ‘କୁଛ କୁଛ ହୋନେ ବାଲା ହୈ। ଓଟିଟି ଦୁନିଆରେ।’ ଯଦିଓ ଅଭିନେତା ତାଙ୍କ ପୋଷ୍ଟରେ କିଛି ସ୍ପଷ୍ଟ ଭାବରେ ଲେଖି ନାହାଁନ୍ତି, ସଲମାନ ଏହି ରହସ୍ୟକୁ ହଟାଇ ଦେଇଛନ୍ତି।
Kuch kuch hone wala hai, OTT ki duniya mein. pic.twitter.com/VpNmkGUUzM
— Shah Rukh Khan (@iamsrk) March 15, 2022
