ଓଡିଶାରାଜନୀତି

ନେତା ହେବାକୁ ଅଧିକାର ଥିଲା: ତାରା

ଭୁବନେଶ୍ବର:ଓଡିଶା ପିସିସି ମୁଖିଆ କିଏ ହେବ ତାହା ଉପରୁ ପରଦା ହଟିନି । ପିସିସି ସଭାପତିଙ୍କ ରେସରେ ଅନେକ କଂଗ୍ରେସ ନେତା ଥିବା ବେଳେ ଏହାରି ଭିତରେ ଦିଲ୍ଲୀ ଯାଇ ଫେରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ପିସିସି ସଭାପତି ନେଇ ତାରାଙ୍କୁ ପ୍ରଶ୍ନ କରାଯିବାରୁ କିଛି ବିସ୍ଫୋରକ ବୟାନ ଦେଇଛନ୍ତି ତାରା ।

ତେବେ ଏନେଇ ତାରା କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା, ହେଲେ କଲେନି । ଆଉ ଏବେ ପିସିସି ସଭାପତି ହେବା ପାଇଁ ମୋର ଇଚ୍ଛା ନାହିଁ । ହାଇକମାଣ୍ଡ ଯାହାକୁ ସଭାପତି କରିବେ ସେଥିରେ ତାରା ଖୁସି ହେବେ ବୋଲି କହିଛନ୍ତି । ଏହା ସହିତ ସେ ଏହା ବି କହିଛନ୍ତି, ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ, କାହାକୁ ଅନୁରୋଧ କରି ମୋର ସଭାପତି ହେବାର ନାହିଁ ବୋଲି କହିଛନ୍ତି ତାରା ।

Related posts

କ୍ୱାରେନଣ୍ଟାଇନରେ ପ୍ରବାସୀ ଓଡିଆଙ୍କ ଅଭିନବ ପ୍ରୟାସ

mahabharatanews

କୃମିନାଶକ କାର୍ୟ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

mahabharatanews

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ 

mahabharatanews