ଓଡିଶା

ରାଜଧାନୀ ପରେ କୋରାପୁଟରେ ଡେଙ୍ଗୁ ଆତଙ୍କ 

(କୋରାପୁଟ) : ରାଜଧାନୀ ପରେ କୋରାପୁଟ ଜିଲ୍ଲାକୁ ପୁଣି ଫେରିଲା ଡେଙ୍ଗୁ। ଗତକାଲି ଦୁଇ ଜଣ ଏବଂ ଆଜି ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ କୋରାପୁଟ ମିଶନ କମ୍ପାଉଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି। ୨୪ଘଣ୍ଟା ମଧ୍ୟରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ଡେଙ୍ଗୁ ବ୍ୟାପିବାର ସଂକେତ ଦେଉଛି।

ସେପଟେ ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ଖବର ଅଛି । ତେଣୁ ଉକ୍ତ ଅଞ୍ଚଳରେ ଏହାର ବିସ୍ତାରକୁ ରୋକିବା ପାଇଁ ଫଗିଂ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର୍ । ବର୍ଷା ପରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଡେଙ୍ଗୁ ରୋଗୀ । ଜୁନ୍ ୩୦ ସୁଦ୍ଧା ୧୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୧୦ ହଜାର ୭୦୦ ଟେଷ୍ଟ ମଧ୍ୟରୁ ୧୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

 

Related posts

ବିଜେଡିର ନିର୍ବାଚନୀ ଖର୍ଚ୍ଚ ୨୦୧୯ରେ ୨୨୮କୋଟି; ନିର୍ବାଚନ କମିଶନଙ୍କ ରିପୋର୍ଟ

mahabharatanews

ପିକନିକ୍ ବସ ଚକା ଫାଟି ଦୁର୍ଘଟଣାଗ୍ରସ୍ତ

mahabharatanews

ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

mahabharatanews